Special Report

ମହାକାଶରେ ରହିବା ପାଇଁ ଚାହୁଁଛନ୍ତି କି? ଏହି ହୋଟଲରେ କରନ୍ତୁ ଆଗୁଆ ବୁକିଂ

ସମସ୍ତଙ୍କର ଆକାଶରେ ରହିବାର ସ୍ୱପ୍ନ ରହିଥାଏ । ତେବେ ବର୍ତ୍ତମାନ ଆପଣଙ୍କର ଏହି ସ୍ୱପ୍ନ ସତ ହୋଇପାରିବ । କାରଣ ମହାକାଶରେ ୨୦୨୨ ମସିହାରେ ଆରମ୍ଭ ହେବାକୁ ଯାଉଛି ବିଳାସପୂର୍ଣ୍ଣ ହୋଟେଲ। ତେବେ ଆସନ୍ତୁ ଜାଣିବା ମହାକାଶରେ ହେବାକୁ ଥିବା ହୋଟେଲ ବିଷୟରେ ।

ଆରୋରା ଷ୍ଟେସନ ନାମକ ହୋଟେଲ ମହାକାଶରେ ହେବାକୁ ଯାଉଛି । ଏହି ବିଳାସପୂର୍ଣ୍ଣ ହୋଟେଲକୁ ନିର୍ମାଣ କରିବାକୁ ଆମେରିକାର ସ୍ପେଶ ଟେକ୍ନୋଲୋଜି ଷ୍ଟାର୍ଟଅପ କମ୍ପାନି ଓରିୟନ ସ୍ପେନ ଘୋଷଣା କରିଛି । ମହାକାଶରେ ହେବାକୁ ଥିବା ପ୍ରଥମ ହୋଟେଲର ଲମ୍ବ ୪୩.୫ ଫୁଟ ଓ ଚଉଡା ୧୪.୦୧ ଫୁଟ୍ ରହିବ । ଯେଉଁଠାରେ ଏହି ହୋଟେଲର ପ୍ଲାଟଫର୍ମ ସ୍ଥାପନା କରାଯିବ ତାହା ପୃଥିବୀର କକ୍ଷପଥ ଠାରୁ ୩୨୧ କିଲୋମିଟର ଦୂରରେ ରହିବ ।

ପଢନ୍ତୁ  ଆପଣ ଜାଣନ୍ତି ,ଡାକ୍ତରମାନେ ଅଧିକ Life Insurance କାହିଁକି କରନ୍ତି ?

ଏହି ହାଇଟେକ ହୋଟେଲକୁ ସମ୍ପୂର୍ଣ୍ଣ ଭାବେ ଏକ ପ୍ରାଇଭେଟ ଜେଟର ଆକାର ଦିଆଯିବ । ଯାହା ୯୦ ମିନିଟରେ ଗୋଟିଏ କକ୍ଷରୁ ଅନ୍ୟ କକ୍ଷକୁ ଯାଇପାରିବ । ଏହି ହୋଟେଲରେ ଦୁଇ Crew ମେମ୍ବର ଓ ଚାରି ଜଣ ଯାତ୍ରୀ ରହିପାରିବେ । ମହାକାଶରେ ଥିବା ଏହି ହୋଟେଲରେ ପହଞ୍ଚିବା ଓ ଫେରିବା ପାଇଁ ୧୨ ଦିନ ସମୟ ଲାଗିବ । ତେବେ ଯଦି ହୋଟେଲର ରହଣି ଖର୍ଚ୍ଚ ଦେଖିବା ତାହାଲେ ଏଠାରେ ସମୟ ବିତାଇବା ପାଇଁ ଗ୍ରାହକଙ୍କୁ ୬୧ କୋଟି ବା ୯.୫ ମିଲିୟନ ଟଙ୍କା ଖର୍ଚ୍ଚ କରିବାକୁ ପଡିବ।

ମହାକାଶରେ ଥିବା ଏହି ଲଗଜ୍ୟୁରୀ ହୋଟେଲରେ ରହିବା ପାଇଁ ହେଲେ ଆଗୁଆ ବୁକିଂ କରିବାକୁ ପଡିବ । ଆଉ ଏଥିପାଇଁ ଗ୍ରାହକଙ୍କୁ ପ୍ରଥମେ ୫୧ ଲକ୍ଷ ଟଙ୍କା ଅଗ୍ରୀମ ଆକାରରେ ଦେବାକୁ ପଡିବ । ତେବେ ହୋଟେଲ ନିର୍ମାଣ ଆଗରୁ ହଲିଉଡ ସେଲିବ୍ରିଟି ଟମ୍ ହେକ୍ସ, ଲିଉନାର୍ଡୋ ଡିକାପ୍ରିୟୋ, କେଟି ପେରୀ ଏହି ହୋଟେଲରେ ରହିବା ପାଇଁ ଅଗ୍ରୀମ ବୁକିଂ କରି ସାରିଛନ୍ତି ।