lady-claim-herself-as-snakes-wife-odia-zamana
News

ନାବାଳିକାଙ୍କ ଅଦ୍ଭୁତ ପ୍ରେମ : ନାଗକୁ ବିବାହ କରିବା ସହ ନାଗଲୋକ ଯିବା ପାଇଁ ଯିଦ୍‌

ଦୁନିଆ ଅଗ୍ରଗତି କରିଥିଲେ ମଧ୍ୟ କିଛି ସ୍ଥାନରେ ଦେଖିବାକୁ ମିଳୁଛି ବିଭିନ୍ନ ପ୍ରକାରର ଅନ୍ଧବିଶ୍ୱାସ । ଏହାର ଏକ ଜ୍ୱଳନ୍ତ ଉଦାହରର ଦେଖିବା ପାଇଁ ମିଳିଛି ଛତିଶଗଡ଼ରେ ସୂରଜପୁର ଜିଲ୍ଲାର କସକେଲା ଗ୍ରାମରେ। ଗ୍ରାମର ଜରେ ନାବାଳିକା ନିଜକୁ ଇଛ୍ଛାଧାରୀ ନାଗୁଣୀ କହିବା ସହ ସେଠାରେ ଥିବା ଇଛ୍ଛାଧାରୀ ନାଗଙ୍କୁ ନାଗପଞ୍ଚମୀ ଅବସରରେ ବିବାହ କରିବା କଥା କହିଥିଲେ ।

ଏହି ଖବର ପରେ ନାବାଳିକା ଜଣଙ୍କ ସୋସିଆଲ ମିଡ଼ିଆରେ ପ୍ରବଳ ଭାଇରାଲ ହୋଇଥିଲେ । ନାବାଳିକା ଛାତ୍ରୀ ଅନୀତା ପାଖାପାଖି ଏକ ସପ୍ତାହ ପୂର୍ବେ ଇଚ୍ଛାଧାରୀ ସାପକୁ ବାହା ହେବା ପାଇଁ ଦାବି କରିଥିଲେ । ସେ କହିଥିଲେ କି ନାଗପଂଚମୀ ଦିନରେ ନିଜ ସ୍ୱାମୀ ଅର୍ଥାତ ନାଗଲୋକ ଯିବେ ।ଏହି ଡ୍ରମାକୁ ଦେଖିବା ପାଇଁ ହଜାର ହଜାର ଲୋକ କସକେଲା ଗାଁକୁ ପହଂଚିଲେ ।

ପଢନ୍ତୁ  ବେଶ୍ୟାଙ୍କୁ ଗୁରୁ କରିବା ପରେ ସଂପୁର୍ଣ୍ଣ ସନ୍ୟାସୀ ପାଲିଟିଥିଲେ ବିବେକାନନ୍ଦ: ଜାଣନ୍ତୁ ପୂରା କାହାଣୀ

 

ଗାଁର ମନ୍ଦିର ନିକଟରେ ନାବାଳିକାକୁ ବସାଇ ଦିଆଗଲା । ଶ୍ରଦ୍ଧାଳୁମାନେ ଝିଅର ପୂଜାର୍ଚ୍ଚନା କରିବାକୁ ଲାଗିଲେ । କେବଳ ଏତିକି ନୁହେଁ ସକାଳଠୁ ଲାଗି ରହିଥିବା ଡ୍ରାମା ଦ୍ୱିପହର ପର୍ଯ୍ୟନ୍ତ ଚାଲିଲା ଏବଂ ଭିଡକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ଅଫିସର ଓ ଯବାନଙ୍କୁ ମୁତୟନ କରିବାକୁ ପଡିଲା । ପୁଲିସ ନାବାଳିକାକୁ ସୁରକ୍ଷିତ ସ୍ଥାନରେ ରଖିଥିଲା । ଏମିତିରେ ସେ ନାବାଳିକାର ସ୍ୱାସ୍ଥ୍ୟବସ୍ଥା ବିଗିଡିବାକୁ ଲାଗିଲା । ପୁଲିସ ଭିଡକୁ ନିୟନ୍ତ୍ରଣ କରି ଝିଅକୁ ବାହାରକୁ ଆଣିଲେ ଓ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଇଲେ ।