kidney-less-village-in-nepal-odia-zamana
Special Report

ଏମିତି ଏକ ଗାଁ ଯେଉଁଠି ଘର ପାଇଁ Kidney ବିକ୍ରି କରୁଛନ୍ତି ଗ୍ରାମବାସୀ

ମନୁଷ୍ୟର ବଞ୍ଚିବା ପାଇଁ ଖାଇବା ସହ ରହିବା ମଧ୍ୟ ବହୁତ ଜରୁରୀ ହୋଇଥାଏ । ଏହି ଜରୁରୀ ଜିନିଷର ଅଭାବ ଥିବାର ଫାଇଦା ଉଠାଇଛନ୍ତି କିଛି ଦଲାଲ । ନେପାଳର ହୋକସେ ଗାଁର ପାଖାପାଖି ସମସ୍ତ ଲୋକ ନିଜ ନିଜର କିଡନୀ ‘ମାନବ ଅଙ୍ଗ ର ଦଲାଲ’ଙ୍କ ହାତରେ ବିକ୍ରି କରିସାରିଛନ୍ତି । ଏହି ଗ୍ରାମର ଅଧିକାଂଶ ଲୋକଙ୍କର ଘର ନେପାଳ ଭୂମିକମ୍ପରେ ଭାଙ୍ଗି ଯାଇଥିଲା । ଏଣୁ ନିଜ ମୁଣ୍ଡ ଗୁଞ୍ଜିବା ଲୋଭରେ ଏହି ର୍ନିମାୟ ଗ୍ରାମବାସୀ ନିଜର କିଡ଼ନୀ ଦାନ କରିଛନ୍ତି ।

ତେବେ ଦଲାଲ ମାନେ ଗ୍ରାମବାସୀଙ୍କୁ ଗୋଟେ ବୃକକ୍‌କୁ ଅସ୍ତ୍ରପ୍ରଚାର କଲେ ଆଉ ଗୋଟେ ବୃକକ୍‌ ସ୍ୱୟଂ ସୃଷ୍ଟି ହୋଇଥାଏ ବୋଲି କହିଛନ୍ତି । କିନ୍ତୁ କାଠମାଣ୍ଡୁରୁ ଆସିଥିବା ମଣିଷ ଅଙ୍ଗ ଦଲାଲ ଏପରି କରିଥିବାର ଖବର ୨୦୧୫ ମସିହାରେ ମିଡ଼ିଆ କୁ ଆସିଥିଲା ।

ପଢନ୍ତୁ  ପତଞ୍ଜଳି ପରେ ବଜାରକୁ ଆସିଲା ‘ଆୟୁର୍ବେଦିକ ଅଣ୍ଡା’

ମନୁଷ୍ୟ ଅଙ୍ଗ ଦଲାଲ ଘର ପ୍ରସ୍ତୁତ ପାଇଁ ଟଙ୍କାର ଲୋଭ ଦେଖାଇବା ସହ ବୃକକ୍‌ ଅସ୍ତ୍ରପ୍ରଚାର ପରେ ପୁନଃ ସୃଷ୍ଟି ହୋଇଥିବା କଥା ଆଦି କୁହାଯାଇଛି । ଯାହା ପରେ ଗ୍ରାମବାସୀଙ୍କର ବୃକକ୍‌ ବହାର କରିଦିଆଯାଇଥିଲେ ମଧ୍ୟ ତାଙ୍କୁ କୌଣସି ପ୍ରକାରର ଅର୍ଥ ପ୍ରଦାନ କରାଯାଇ ନଥିଲା । ବର୍ତ୍ତମାନ ଏହି ଗ୍ରାମବାସୀଙ୍କ ଫଟୋ ଏବଂ କାହାଣୀ ସୋସିଆଲ ମିଡ଼ିଆରେ ଘୂରିବୁଲୁଥିବା ବେଳେ ତାହା ପ୍ରଚୁର ମାତ୍ରାରେ ଭାଇରାଲ ହୋଉଛି।