Bollywood

ଦୀପିକାଙ୍କୁ ଲିପ୍‌କିସ କରିବାକୁ ଚାହୁଛନ୍ତି ଏହି ସୁପରଷ୍ଟାର

ବଲିଉଡ୍‌ର ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ବଳିଷ୍ଠ ଅଭିନୟ ସାଙ୍ଗକୁ ସୌନ୍ଦର୍ଯ୍ୟ ପାଇଁ ଲୋକେ ତାଙ୍କର ଦିୱାନା ପାଲଟିଯାଆନ୍ତି। ସାଧାରଣ ଲୋକଙ୍କ କଥା ଛାଡ଼, ଅନେକ ଫିଲ୍ମ ଅଭିନେତା ମଧ୍ୟ ଦୀପିକାଙ୍କ ସୌନ୍ଦର୍ଯ୍ୟ ପାଇଁ ପାଗଳ। କିଛି ଦିନ ତଳେ ଜଣେ ସୁପରଷ୍ଟାର ଦୀପିକାଙ୍କ ପାଇଁ ତାଙ୍କ ମନର ଭାବନାକୁ ବ୍ୟକ୍ତ କରିଛନ୍ତି। କେବଳ ସେତିକି ନୁହେଁ ସେ ଦୀପିକାଙ୍କ ସହ ଲିପ୍‌ଲକ୍‌ କରିବାକୁ ଚାହୁଥିବା ମଧ୍ୟ କହିଛନ୍ତି।

ତେବେ କିଏ ସେହି ଅଭିନେତା, ସେ ହେଉଛନ୍ତି କନ୍ନଡ ଫିଲ୍ମର ଲୋକପ୍ରିୟ ଅଭିନେତା ଧନଞ୍ଜୟ। ଦୀପିକାଙ୍କ ସୌନ୍ଦର୍ଯ୍ୟରେ ପାଗଳ ଧନଞ୍ଜୟ। ନିକଟରେ ଧନଞ୍ଜୟ ‘ନମ୍ବର ୧ ୟାରୀ’ ଶୋ’ରେ ସାମିଲ ହୋଇଥିଲେ। ଏହି ଶୋ’ର ରାପିଡ୍‌ ଫାୟାର ରାଉଣ୍ଡରେ ତାଙ୍କୁ ପଚରାଯାଇଥିଲା ଯେ ସେ କେଉଁ ଅଭିନେତ୍ରୀଙ୍କ ସହ ଲିପ୍‌ଲକ୍‌ ଦୃଶ୍ୟ କରିବାକୁ ଚାହୁଛନ୍ତି। ଏହାର ଉତ୍ତରରେ ସେ ତୁରନ୍ତ ଦୀପିକାଙ୍କ ନାମ ନେଇଥିଲେ।