News

ରିଲାଏନ୍ସ ଜିଓର ପ୍ରାଇମ ଅଫର : ପ୍ରତିଦିନ Free ୫ଜିବି ଡାଟା

ମାଗଣା ଏକ ବର୍ଷ ପ୍ରାଇମ ମେମ୍ବରସିପ୍‌ ମିଳିବା ଖବରକୁ ଦୁଇ ଦିନ ହୋଇନଥିବା ବେଳେ ବର୍ତ୍ତମାନ ଜିଓ ଆଉ ଏକ ବମ୍ଫର ଅଫର ଲଞ୍ଚ କରିଛି। ଜିଓ ବ୍ୟବହାରକାରୀଙ୍କ ସଂଖ୍ୟା ୧୭୫ ନିୟୁତକୁ ପହଞ୍ଚିଥିବା ଖୁସିରେ ପ୍ରାଇମ ମେମ୍ବର ଏବଂ ଅନ୍ୟ ଜିଓ ଉପଭୋକ୍ତାଙ୍କ ପାଇଁ ମୁକେଶ ଅମ୍ବାନୀ ଅଫର ଲଞ୍ଚ କରିଛନ୍ତି । ଏହି ଅଫର ଦ୍ୱାରା ପ୍ରାଇମ୍‌ ମେମ୍ବରସିପ ଥିବା ବ୍ୟକ୍ତିଙ୍କୁ କମ ମୂଲ୍ୟରେ ଅନେକ ଅଧିକ ଆର୍କଷଣୀୟ ଅଫର ମିଳିବାର ସୂଚନା ରହିଛି।

ତେବେ ଯେଉଁମାନେ ଗତ ବର୍ଷ ପ୍ରାଇମ୍‌ ମେମ୍ବରସିପ ନେଇ ନଥିଲେ ଏବଂ ଯେଉଁମାନେ ଜିଓର ନୂତନ ଗ୍ରାହକ ତାଙ୍କୁ କିଛି ଚିନ୍ତା କରିବା ଆବଶ୍ୟକ ନାହିଁ । ୯୯ ଟଙ୍କାର ରିଚାର୍ଜରେ ଆପଣ ମଧ୍ୟ ଏହି ସୁବିଧାର ଲାଭ ଉଠାଇ ପାରିବେ । ନୂଆ ଗ୍ରାହକଙ୍କର ଜିଓ ପ୍ରାଇମ୍‌ ମେମ୍ବରସିପ୍‌ ଆସନ୍ତା ୧୧ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଜିଓର ଆରମ୍ଭରୁ ହିଁ ଗ୍ରାହକଙ୍କ ମନ ଜାଣି ଅଫର ଦେବା ସହ ଗ୍ରାହକଙ୍କର ସେବା ଦେଇ ଆସୁଛି। ଅନେକ ମାଗାଣା ସହ ଅକର୍ଷଣୀୟ ଅଫର ଦେଇ ନିଜ ସହ ଗ୍ରାହକଙ୍କୁ ଯୋଡ଼ି ରଖିଛି ଜିଓ । ତେବେ ଆସନ୍ତୁ ଜାଣିବା ଜିଓର ବର୍ତ୍ତମାନର ବମ୍ଫର ଅଫର ବିଷୟରେ ..

ପଢନ୍ତୁ  କିମ୍‌ଙ୍କ ଭଳି ସୁନ୍ଦର ଦେଖାଯିବା ଇଛାରେ ଏପରି ହୋଇଗଲେ ମହିଳା

ପ୍ରାଇମ ମେମ୍ବରଙ୍କୁ ସମସ୍ତ ଅଫରରେ ୨୦-୫୦ % ଅଧିକ ମିଳିବ । ୧.୫ଜିବି ସ୍ଥାନରେ ୨ଜିବି ଓ ୨ଜିବି ସ୍ଥାନରେ ୩ଜିବି, ୩ଜିବି ସ୍ଥାନରେ ୪ଜିବି ଓ ୪ଜିବି ସ୍ଥାନରେ ୫ଜିବି ଡାଟା ପ୍ରତିଦିନ ପ୍ରଦାନ କରିବା ପାଇଁ କମ୍ପାନି ପକ୍ଷରୁ ଘୋଷଣା କରାଯାଇଛି। ଏହା ସହ ୫୫୦ରୁ ଅଧିକ LIVE TV CHANNEL , ୬୦୦୦ରୁ ଅଧିକ ସିନେମା , ଲକ୍ଷାଧିକ ଭିଡ଼ିଓ ଏବଂ ଟିଭି ସୋ , ୧.୪ କୋଟିରୁ ଉର୍ଦ୍ଧ ସଂଙ୍ଗୀତ ସହ ସମସ୍ତ ପ୍ରକାରର ସୁବିଧା ଉଠାଇପାରିବେ ।

ପଢନ୍ତୁ ପୁଅ ବାହାଘର ଖୁସିରେ ଗ୍ରାହକଙ୍କୁ ଉପହାର ଦେଲେ ମୁକେଶ ଅମ୍ବାନୀ