Lifestyle

ବୁଦ୍ଧିମାନ ବ୍ୟକ୍ତିଙ୍କ ଖରାପ ଅଭ୍ୟାସ : କଣ ଆପଣଙ୍କର ଅଛି ଏପରି ଅଭ୍ୟାସ

ସମସ୍ତ ବ୍ୟକ୍ତିଙ୍କ ଚରିତ୍ର ଭଳି ତାଙ୍କର ମସ୍ତିଷ୍କ ମଧ୍ୟ ଭିନ୍ନ ଭିନ୍ନ ରହିଥାଏ। ମନୁଷ୍ୟଙ୍କ ମସ୍ତିଷ୍କ ସମାନ ରହିଥିଲେ ମଧ୍ୟ ସମସ୍ତଙ୍କ ଠାରେ ଜ୍ଞାନ ଭିନ୍ନ ଭିନ୍ନ ରହିଥାଏ । କିଛି ବ୍ୟକ୍ତି ବୁଦ୍ଦିମାନ , କିଛି କମ ବୁଦ୍ଧିମାନ ଏବଂ କିଛି ମନ୍ଦବୁଦ୍ଧି ହୋଇଥାନ୍ତି ।ସାଧାରଣତଃ ବୁଦ୍ଧିମାନ ଲୋକଙ୍କ ପାଖରେ ସମସ୍ତ ପ୍ରଶ୍ନର ଉତ୍ତର ରହିବା ସହ ସମସ୍ତ ଅସୁବିଧାର ସମାଧାନ ରହିଥାଏ । କଥାରେ ଅଛି କେବେ କୌଣସି ବ୍ୟକ୍ତି ସଂପୂର୍ଣ୍ଣ ହୋଇନଥାନ୍ତି । ଠିକ ସେହିପରି ବୁଦ୍ଧିମାନ ଲୋକଙ୍କ ପାଖରେ ମଧ୍ୟ ରହିଛି କିଛି ଖରାପ ଅଭ୍ୟାସ । ଆସନ୍ତୁ ଜାଣିବା ଏହା ବିଷୟରେ

ବୁଦ୍ଧିମାନ ବ୍ୟକ୍ତି କଥା-କଥାରେ ରାଣ ପକାଇଥାନ୍ତି । ଛୋଟ ଛୋଟ କଥାରେ ରାଣ ପକାଉଥିବା ବ୍ୟକ୍ତିଙ୍କ ଉପରେ କେବେ ମଧ୍ୟ ବିଶ୍ୱାସ କରିବା ଉଚିତ ନୁହଁ । ତେବେ ଏକ ଗବେଷଣାରୁ ଜଣାପଡ଼ିଛି ଏପରି ରାଣ ପକାଉଥିବା ବ୍ୟକ୍ତି ବୁଦ୍ଧିମାନ ହୋଇଥାନ୍ତି । ତେବେ ଏବର୍ଗର ବ୍ୟକ୍ତି ସାଧାରଣ ଲୋକଙ୍କ ଠାରୁ ଭିନ୍ନ ବ୍ୟବହାର କରିଥାନ୍ତି ।

ପଢନ୍ତୁ  ଘରେ ଭୁଲ୍ ଜାଗାରେ ଲାଫିଙ୍ଗ୍ ବୁଦ୍ଧ ରଖିନାହାଁନ୍ତି ତ? ପଡିପାରନ୍ତି ଅସୁବିଧାରେ

ବୁଦ୍ଧିମାନ ଲୋକଙ୍କ ଠାରେ କମ ମାତ୍ରାର ନିଦ ଦେଖାଯାଇଥାଏ । ଆଜ୍ଞା ହଁ , ଏକ ରିସର୍ଚରୁ ଜଣାପଡ଼ିଛି ବୁଦ୍ଧିବାନ ବ୍ୟକ୍ତିଙ୍କୁ ରାତିରେ କମ ନିଦ ଆସିଥାଏ । ଏହି ବର୍ଗର ବ୍ୟକ୍ତି ରାତିରେ ଡ଼େରିରେ ଶୋଇବା ସହ ସକାଳୁ ଜଲଦି ଉଠିଯାଇଥାନ୍ତି । ରାତିରେ ୧୧ଟା ପୂର୍ବରୁ ଶୋଇଥିବା ବ୍ୟକ୍ତିଙ୍କର ଆଇକ୍‌୍ୟୁ ୭୫ ରହିଥିବା ବେଳେ ରାତି ୧ଟା ପାଖିପାଖି ଶୋଇଥିବା ବ୍ୟକ୍ତିଙ୍କ ଠାରେ ଆଇକ୍ୟୁ ୧୨୫ ଦେଖାଯାଇଥାଏ ।

ବୁଦ୍ଧିମାନ ବ୍ୟକ୍ତିଙ୍କ ପାଖରେ ଆଉ ଏକ ଖରାପ ଅଭ୍ୟସ ଦେଖାଯାଇଥାଏ । ଏହି ବର୍ଗର ବ୍ୟକ୍ତି କେବେ ମଧ୍ୟ ନିଜ ଜିନିଷ ସଜାଡ଼ି ରଖିନଥାନ୍ତି ।ତାଙ୍କ ଅନୁଯାୟୀ ଅସଜଡ଼ା ଜିନିଷ ଦ୍ୱାରା ଅଧିକ ଭାବନାର ଶକ୍ତି ମିଳିଥାଏ ।