Special Report

ଅନୈତିକ ସଂପର୍କ ଥିଲେ ସ୍ୱାମୀ କରନ୍ତି ଏଭଳି ବ୍ୟବହାର

ଦାମ୍ପତ୍ୟ ଜୀବନକୁ ସୁଖମୟ କରିବା ପାଇଁ ପରସ୍ପର ମଧ୍ୟରେ ସଠିକ ବୁଝାବଣା ରହିବା ଆବଶ୍ୟକ । ଅନେକ ସ୍ଥାନରେ ଏପରି ଦେଖିବାକୁ ମିଳିଛି ଯେଉଁଠାରେ କିଛି କାରଣ ନଥାନ୍ତି ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ମନ୍ଦ ବୁଝାବଣା ହୋଇଥାଏ। ମହିଳାଙ୍କ ଅପେକ୍ଷା ପୁରୁଷ ମାନଙ୍କ କ୍ଷେତ୍ରରେ ଏହା ଅଧିକ ମାତ୍ରାରେ ଦେଖିବାକୁ ମିଳି । ତେବେ ଆପଣ ଜାଣିଛନ୍ତି ଏହାର କାରଣ ଆପଣଙ୍କ ସ୍ୱାମୀ ଙ୍କର ଅନୈତିକ ସଂପର୍କ ହୋଇପାରେ । ଆସନ୍ତୁ ଜାଣିବା ସ୍ୱାମୀ ଙ୍କ ବ୍ୟବହାରରୁ କିପରି ଜାଣିବେ ତାଙ୍କର ଅନୈତିକ ସଂପର୍କ ଅଛି କି ନାହିଁ ।

ଅପଣଙ୍କ ସ୍ୱାମୀ ଯଦି ପୂର୍ବ ଭଳି ଆପଣଙ୍କ ପ୍ରତି ଭଲ ପାଇବା ନଦେଖାନ୍ତି । ସବୁବେଳେ ନିଜକୁ ଅନ୍ୟ କିଛି ଜିନିଷରେ ବ୍ୟସ୍ତ ରଖିବାକୁ ଚାହାନ୍ତି । ଏହା ମାନେ ହେଉଛି ସେ ଅପଣଙ୍କ ଠାରୁ ଦୂରରେ ରହିବାକୁ ଚାହୁଁଛନ୍ତି । ତାଙ୍କର ମନ ଅନ୍ୟ କୌଣସି ଜିନିଷ ଉପରେ ଆସିଛି ଯାହା ଫଳରେ ସେ ଆପଣଙ୍କ ଉପରେ ଆଉ ଧ୍ୟନ ଦେଉନାହାନ୍ତି ।

ପଢନ୍ତୁ  ଶ୍ୱେତା ଏବଂ ଭାବନା : ଟ୍ୱିନ ସିଟିର ଟ୍ଵିନ ଫ୍ୟାସନ ବ୍ଲଗର

ସ୍ୱାମୀ ଯେତେବେଳେ ଆପଣଙ୍କ ସମ୍ବନ୍ଧିୟ ସମସ୍ତ ଜିନିଷର ସମୟ ପଚାରିବା ଆରମ୍ଭ କରିଥାଏ। ସ୍ୱାମୀ ସେତେବେଳ ଆପଣଙ୍କ ଦୈନନ୍ଦିନ କାର୍ଯ୍ୟ ବିଷୟରେ ଜାଣିବା ପାଇଁ ଇଛା ପ୍ରକାଶ କରିଥାନ୍ତି ଯେତେବେଳେ ତାଙ୍କ ମନରେ ଆଉ କାହାକୁ ସମୟ ଦେବାର ଚିନ୍ତା ରହିଥାଏ ଯଦି ସ୍ୱାମୀ ଛୋଟ ଛୋଟ କଥାରେ କଳହ କରି ନିଜକୁ ଆପଣଙ୍କ ଠାରୁ ଦୂରରେ ରଖିବା ଆରମ୍ଭ କରୁଛନ୍ତି, ଅର୍ଥାତ ତାଙ୍କୁ ଏହି ସଂପର୍କରେ ଆଉ ରହିବାକୁ ଇଛା ନାହିଁ ।

ସେ କାରଣ ଖୋଜୁଛନ୍ତି କିପରି ନିଜକୁ ଆପଣଙ୍କ ଠାରୁ ଦୂରେଇ ରଖିବେ । ଏହା ସହ ସେ ଝଗଡ଼ାର କାରଣ ସବୁବେଳେ ଆପଣଙ୍କୁ ହିଁ କହିଥାନ୍ତି । ଯାହା ଫଳରେ ତାଙ୍କର ଦୋଷ ଲୁଚି ରହିଥାଏ । ଆପଣଙ୍କ ସହିତ କୁଆଡ଼େ ବାହାରକୁ ବୁଲିବାକୁ ପସନ୍ଦ କରନ୍ତି ନାହିଁ । କାରଣ ବାହାରେ ତାଙ୍କ ସହିତ ସମୟ ବିତାଇବା ପାଇଁ ଜଣେ ସାଥୀ ରହିଥାଏ । ଏଣୁ ଯେତେବେଳେ ସ୍ୱାମୀ କୌଣସି ସ୍ଥାନକୁ ବୁଲି ଯିବା ସମୟରେ ଆପଣଙ୍କୁ ସାଙ୍ଗରେ ନେବା ପାଇଁ ମନା କରନ୍ତି ତାହାମାନେ ତାଙ୍କୁ ଆଉ ଅପଣଙ୍କର ଆବଶ୍ୟକତା ନାହିଁ ।