Special Report

ଭାରତରେ ଥିବା ଏହି ୫ ସ୍ଥାନ ଯେଉଁଠି ଭାରତୀୟଙ୍କର ପ୍ରବେଶ ନିଷେଧ

ଆପଣଙ୍କ ଅମିତାଭ ବଚ୍ଚନଙ୍କର ‘ମର୍ଦ’ ଫିଲ୍ମର ସେହି ସିନ୍‌ ତ ମନେଥିବ ଯେଉଁଥିରେ କୁକୁର ଏବଂ ଭାରତୀୟଙ୍କୁ ଇଂରେଜ ମାନଙ୍କର ହୋଟେଲକୁ ଯିବା ବାରଣ କରାଯାଇଥିଲା। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଭାରତରେ ଏମିତି ପାଞ୍ଚ ସ୍ଥାନ ରହିଛି ଯେଉଁଠି ଭାରତୀୟ ମାନଙ୍କର ପ୍ରବେଶ ଉପରେ ବାରଣ କରାଯାଇଛି। ଭାରତରେ ଏହି ୫ ସ୍ଥାନର ମାଲିକ ଭାରତୀୟ ଅଟନ୍ତି ଏବଂ ଏଠାକୁ କେବଳ ବିଦେଶୀମାନେ ହିଁ ଆସିପାରିବେ।

ଡେକ୍କାନ ହେରାଲଡ୍‌ ହିସାବରେ ଚେନ୍ନାଇରେ ଏକ ହୋଟେଲ ଅଛି ଯେଉଁଠି କେବଳ ସେହି ଲୋକଙ୍କୁ ରହିବାକୁ ଅନୁମତି ଦିଆଯାଏ, ଯେଉଁମାନଙ୍କ ପାଖରେ ବିଦେଶୀ ପାସପୋର୍ଟ ରହିଥାଏ। ଭାରତୀୟ ମାନଙ୍କୁ ଏଠାରେ ପ୍ରବେଶ ନାହିଁ ବୋଲି ଶକ୍ତ ନିୟମ ଲାଗୁ କରାଯାଇଛି।

couplesଗୋଆରେ ଅନେକ ସାମୁଦ୍ରୀକ ବିଚ୍‌ ରହିଛି ଯେଉଁଠିକୁ ଭାରତୀୟଙ୍କୁ ଯିବାକୁ ମନା କରାଯାଇଛି। ଏହି ସମସ୍ତ ବିଚ୍‌ ବିଦେଶୀମାନଙ୍କ ପାଇଁ ଅରକ୍ଷିତ ଅଟେ। ଭାରତୀୟଙ୍କୁ ପ୍ରତିବନ୍ଧିତ କରିବାର କାରଣ ହେଉଛି ଏଠାକୁ ଆସୁଥିବା ବିଦେଶୀ ପଯ୍ୟର୍ଟକ ଚାହୁଁନାହାନ୍ତି ଯେ ସେମାନଙ୍କୁ ବିକିନିରେ ଦେଖି ଭାରତୀୟମାନେ ସିଟି ମାରନ୍ତୁ କିମ୍ବା କିଛି କଟାକ୍ଷ କରନ୍ତୁ।

ପଢନ୍ତୁ  ଯାତ୍ରୀଙ୍କ ମନୋରଞ୍ଜନ କରନ୍ତି ବିକିନି ପିନ୍ଧା Air Hostess

ବାଙ୍ଗାଲୁରୁର ଏହି ହୋଟେଲ ଖାସକରି ଜାପାନୀ ଲୋକଙ୍କ ପାଇଁ ରହିଥିଲା। ଏହାକୁ ନେଇ ଅଭିଯୋଗ ହୋଇଥିଲା ଯେ ହୋଟେଲର କର୍ମଚାରୀ ଭାରତୀୟଙ୍କୁ ପ୍ରବେଶ କରିବାକୁ ଦେଉନାହାନ୍ତି। ଅବଶ୍ୟ ପରେ ଅନେକ ଭେଦଭାବ କରିବା ପରେ ଗ୍ରେଟର ବାଙ୍ଗାଲୁରୁ ସିଟି କର୍ପୋରେସନ ଏହାକୁ ବନ୍ଦ କରିଦେଲେ।

foreinersଗୋଆ ଭଳି ପଣ୍ଡିଚେରୀରେ ମଧ୍ୟ ଏମିତି ବିଚ୍‌ ରହିଛି ଯେଉଁଠି ଭାରତୀୟଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗା ହୋଇଛି। ସେଠାକାର ରେସ୍ତୋରା ଏବଂ ରିଜର୍ବ ବିଚ୍‌ କେବଳ ବିଦେଶୀଙ୍କ ପାଇଁ ଅଟେ। ଏଠାକୁ ଯିବାକୁ ହେଲେ ବିଦେଶୀ ପାସପୋର୍ଟ ଦେଖାଇ ବିଚର ଉପଭୋଗ କରିପାରିବେ।

ହିମାଚଳ ପ୍ରଦେଶର କସୋଲରେ ଏକ କାଫେ ରହିଛି ଯାହକୁ ନେଇ ୨୦୧୫ର ମଧ୍ୟରେ ବିବାଦ ହୋଇଥିଲା। ଏଠାକାର ମାଲିକ ଭାରତୀୟଙ୍କୁ ଖାଦ୍ୟ ସର୍ଭ କରିବା ପାଇଁ ମନା କରିଦେଇଥିଲେ। କାଫେର ବାହାରେ ବୋର୍ଡ ଲଗା ହୋଇଥିଲା ଯେ ଭାରତୀୟ ଏଠାକୁ ପ୍ରବେଶ କରିପାରିବେ ନାହିଁ।