News

ଜିଆଇ ମାନ୍ୟତା ପାଇବା ପରେ ବଢୁଛି ଓଡିଶା ରସଗୋଲା ଗୀତର ଚାହିଦା

ନିକଟରେ ଭାରତ ସରକାରଙ୍କ ଦ୍ଵାରା ଓଡିଶାର ରସଗୋଲା ଜିଆଇ ମାନ୍ୟତା ପାଇବା ପରେ ପରେ ଏହି ମିଷ୍ଠାନ୍ନକୁ ନେଇ ପ୍ରସ୍ତୁତ ହେଇଥିବା ଗୀତ ଲୋକପ୍ରିୟ ହେବାରେ ଲାଗିଛି ।

‘ରସଗୋଲା’ ନାମରେ ପ୍ରସ୍ତୁତ ହେଇଥିବା ଏହି ଗୀତ ୟୁଟ୍ୟୁବରେ ଶ୍ରୋତାଙ୍କ ପ୍ରଶଂସା ସାଉଁଟିବାରେ ଲାଗିଛି । ଏହାକୁ ପ୍ରସ୍ତୁତ କରିଛନ୍ତି ସ୍ଵନାମଧନ୍ୟା କଣ୍ଠଶିଳ୍ପୀ ସୁସ୍ମିତା ଦାସ ।

ଓଡିଶାର ରସଗୋଲା ସ୍ଵତନ୍ତ୍ର ମାନ୍ୟତା ପାଇବା ପରେପରେ ସେ କହିଥିଲେ, “ରସଗୋଲା ଓଡିଶାର ବୋଲି ମୁଁ ମୋ ନିଜ ସାଧ୍ୟମତେ ଗୀତ ମାଧ୍ୟମରେ ପ୍ରମାଣକରିବାକୁ ଚେଷ୍ଟା ଚଲେଇଥିଲି । ଶେଷରେ ରସଗୋଲା ଓଡିଶାର ବୋଲି ପ୍ରମାଣିତ ହେଇଥିବାରୁ ଭାରି ଖୁସି ଲାଗୁଛି ।”

ଏହି ଗୀତକୁ ସେ ଦୀର୍ଘ ଏକ ବର୍ଷ ହେବ ଓଡିଶା ତଥା ଓଡିଶା ବାହାରେ ପରିବେଷଣ କରି ଆସୁଛନ୍ତି ।

ପଢନ୍ତୁ  ସ୍ମାର୍ଟ ଚୋରୀ , ଗ୍ୟାସ୍‌ ସିଲିଣ୍ଡରରୁ ଗ୍ୟାସ ଚୋରୀ କରିବାର ନୂଆ ପନ୍ଥା

ୟୁଟ୍ୟୁବରେ ‘ରସଗୋଲା’ ନାମରେ ଥିବା ଏହି ମ୍ୟୁଜିକ ଭିଡିଓର ନିର୍ଦ୍ଦେଶନା ଦେଇଛନ୍ତି ଲେଖିକା ବିୟତପ୍ରଜ୍ଞା ତ୍ରିପାଠୀ ଓ ସ୍ଵର ସଂଯୋଜନା କରିଛନ୍ତି ବିଭୁତି ଭୂଷଣ ଗଡନାୟକ।

ଗୀତଟିର ଲେଖକ ହେଉଛନ୍ତି ପ୍ରସିଦ୍ଧ ଗୀତିକାର ଦେବଦାସ ଛୋଟରାୟ ।

ଏହି ଭିଡିଓର ପ୍ରସ୍ତୁତି ଦିଗରେ ଶ୍ରୀଯୁକ୍ତ ଏଲ ଏନ ଗୁପ୍ତା (ଆଇଏଏସ), ଅସିତ ମହାନ୍ତି, ରୁଦ୍ର ପ୍ରସାଦ ମହାନ୍ତି, କୁମାରୀ ଅନିତା ସାବତ, ବିପିନ ବାବୁ ଓ ଅନ୍ୟାନ୍ୟ ସମସ୍ତଙ୍କର ଅବଦାନ ନିମନ୍ତେ ସୁସ୍ମିତା ଦାସ କୃତଜ୍ଞତା ଜଣାଇଛନ୍ତି ।