Bollywood

Bollywood ରେ କାଷ୍ଟିଂ କାଉଚ୍‌ ସମ୍ପର୍କରେ, ମୁହଁ ଖୋଲିଲେ ଇଲିୟାନା

ହଲିଉଡ୍‌ ଫିଲ୍ମ ପ୍ରଯୋଜକ ହାର୍ଭି ୱାଇନ୍‌ଷ୍ଟାଇନ୍‌ ବିରୋଧରେ ଯୌନ ଶୋଷଣ ମାମଲା ସାମ୍ନାକୁ ଆସିବା ପରେ ଅନେକ ବଲିଉଡ୍‌ ସେଲିବ୍ରିଟି ମଧ୍ୟ କାଷ୍ଟିଂ କାଉଚ୍‌ ବିରୋଧରେ ସ୍ବର ଉତ୍ତୋଳନ କରିବାରେ ଲାଗିଛନ୍ତି। ଏହି ତାଲିକାରେ ଏବେ ଅଭିନେତ୍ରୀ ଇଲିୟାନା ଡି’ କୄଜଙ୍କ ନାମ ସାମିଲ ହୋଇଛି। ଏକ ସାକ୍ଷାତକାର ରେ ସେ ଚକିତ କରିବା ଭଳି ବୟାନ ଦେଇଛନ୍ତି।

ଫିଲ୍ମ ରେଡ୍‌ର ପ୍ରମୋଶନ୍‌ରେ ବ୍ୟସ୍ତ ଥିବା ଇଲିୟାନା ଏ ସମ୍ପର୍କରେ କହିଛନ୍ତି ଯେ କାଷ୍ଟିଂ କାଉଚ୍‌ ବିରୋଧରେ ସ୍ବର ଉତ୍ତୋଳନ କରୁଥିବା ବ୍ୟକ୍ତିଙ୍କ କ୍ୟାରିଅର ଶେଷ ହୋଇଯିବ। ଏହା ଶୁଣିବାକୁ ଅଡ଼ୁଆ ଲାଗୁଥିଲେ ମଧ୍ୟ ଏଥିରେ ସେ ସହମତ ବୋଲି ଇଲିୟାନା କହିଛନ୍ତି।

କିଛି ବର୍ଷ ପୂର୍ବେ ଜଣେ ଦକ୍ଷିଣ ଭାରତୀୟ ସିନେମାର ଜୁନିଅର ଅଭିନେତ୍ରୀ ଏସବୁ ଜିନିଷ ସହିତ କିପରି ଡିଲ୍‌ କରାଯାଇପାରିବ ବୋଲି ତାଙ୍କୁ ପରାମର୍ଶ ମାଗିଥିଲେ। ଇଲିୟାନା ତାଙ୍କୁ କହିଥିଲେ ଯେ ତୁମ ନିଷ୍ପତ୍ତି କ’ଣ ସେ ସ୍ଥିର କରିପାରିବେ ନାହିଁ। ମାତ୍ର କାଷ୍ଟିଂ କାଉଚ୍‌ ସହ ସେ ସହମତ ନୁହନ୍ତି ବୋଲି ଇଲିୟାନା କହିଛନ୍ତି।