News

ଅଭୁତ ଦେଶ : କାର୍ଯ୍ୟରୁ ଛୁଟି ନନେଲେ ଦେବାକୁ ପଡ଼େ ଜରିମାନା

ସମସ୍ତ ବ୍ୟକ୍ତିଙ୍କୁ ଜୀବନରେ କିଛି ସମୟର ବିରତି ଆବଶ୍ୟକ ହୋଇଥାଏ। ସେ କାର୍ଯ୍ୟଳୟ ହେଉବା ବ୍ୟବସାୟ ସମସ୍ତଙ୍କୁ ସପ୍ତାହରେ ଗୋଟିଏ ଦିନ ଯାହା ହେଲେ ଛୁଟି ଦରକାର ହୋଇଥାଏ । ତେବେ ଏହି ଗୋଟିଏ ଦିନର ଛୁଟି ପାଇଁ ଲୋକଙ୍କୁ ଅନେକ ଆବେଦନ ଏବଂ ଦରଖାସ୍ତ ଦେବାକୁ ପଡ଼ିଥାଏ । କିନ୍ତୁ ଦୁନିଆରେ ଏପରି ଏକ ଦେଶ ରହିଛି ଯେଉଁଠାରେ ଛୁଟି ନେବା ନିୟମ ସଂପୂର୍ଣ୍ଣ ଭିନ୍ନ । ଏଠାରେ ଯଦି ଆପଣ କାର୍ଯ୍ୟରୁ ଛୁଟି ନନେଲେ ତେବେ ଜରିମାନା ଦେବାକୁ ପଡ଼ିଥାଏ ।

ପ୍ରାନ୍ସ ଏକ ଏଭଳି ଦେଶ ଯେଉଁଠାରେ କର୍ମଚାରୀ ଛୁଟି ନନେଲେ ତାଙ୍କୁ ଜରିମାନା ଦେବାକୁ ପଡ଼ିଥାଏ । ନିକଟରେ ଏହା ସହ ଜଡ଼ିତ ଏକ ଘଟଣା ସାମ୍ନାକୁ ଆସିଛି । ପ୍ରାନ୍ସରେ ଏକ ବେକର(ରୁଟି ବିକାଳି)ଙ୍କୁ ୩୬ ଡ଼ଲାର ମାନେ ଭାରତୀୟ ମୁଦ୍ରାରେ ୨ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡ଼ିଛି । କାରଣ ସେ ଏକ ବର୍ଷ ହେବ କୌଣସି ଛୁଟି ନେଇ ନଥିଲେ । ବେକ୍‌ସପ୍‌ର ମାଲିକ ୪୧ ବର୍ଷିୟ ସୋଡ଼୍ରିକ ଓ୍ଵାନବ୍ରି ଗତବର୍ଷ ଗ୍ରୀଷ୍ମ ଋତୁରୁ ଏପର୍ଯ୍ୟନ୍ତ ଗୋଟେ ମାତ୍ରା ଛୁଟି ନେଇ ନାହାନ୍ତି ।

ପଢନ୍ତୁ  ଅଜବ ପରମ୍ପରା, ପ୍ରେମିକ-ପ୍ରେମିକାକୁ ପାନ ଖୁଆଇ କରିଥାନ୍ତି ପ୍ରେମ ନିବେଦନ

ପ୍ରାନ୍ସର କର୍ମଚାରୀ ଆଇନ ଅନୁଯାୟୀ , ସପ୍ତାହର ୭ ଦିନ ବିନା କୌଣସି ଛୁଟିରେ କାମ କରିବା ଆଇନଗତ ଅପରାଧ । ସୋଡ଼୍ରିକ ତାଙ୍କର ଗ୍ରାହକଙ୍କ ସଂଖ୍ୟା ବଢ଼ୁଥିବା ଦେଖି ବେକ୍‌ସପ୍‌ (ରୁଟି ପ୍ରସ୍ତୁତ ଦୋକାନ) କୁ ବର୍ଷକ ବାରମାସ ଖୋଲା ରଖିଥିଲେ । ଏଥିପାଇଁ ତାଙ୍କୁ ବର୍ତ୍ତମାନ ବଡ଼ ଆକାରର ଜରିମାନା ଦେବାକୁ ପଡ଼ିଛି । ତେବେ କିଛି ଲୋକ ତାଙ୍କର କାମ କରିବାର ଏହି ଇଛାର ପ୍ରଶଂସା ମଧ୍ୟ କରୁଛନ୍ତି ।