home-remedies-of-bloating-odia-zamana
Lifestyle

ହେକୁଟି ହେଉଛି !! ଆପାଣାନ୍ତୁ ଏହି ଘରୋଇ ଉପଚାର

ଅନେକ ସମୟରେ ବିନା କୌଣସି କାରଣ ବହୁ ସମୟ ଧରି ହେକୁଟି ହୋଇଥାଏ । ତେବେ ଏହାର ଅନେକ ବୈଜ୍ଞାନିକ କାରଣ ମଧ୍ୟ ରହିଛି। ଯେପରିକି ହଠାତ୍‌ କିଛି ଗରମ , ଥଣ୍ଡା କିମ୍ବା ରାଗ ଜିନିଷ ଖାଇବା ଇତ୍ୟାଦି । ତେବେ ଆନେକ ସମୟରେ ହେକୁଟି ଆସିଥିଲେ ମଧ୍ୟ ଏହାକୁ ବନ୍ଦ କରିବା ବହୁତ କଷ୍ଠଦାୟକ ହୋଇଯାଇଥାଏ । ତେବେ ଆଜି ଆମେ ଆପଣଙ୍କୁ କିଛି ସାଧାରଣ ଘରୋଇ ଉପଚାର କହିବା ପାଇଁ ଯାଉଛୁ ଯାହା ଦ୍ୱାରା କ୍ଷଣକେ ଆପଣଙ୍କ ହେକୁଟି ବନ୍ଦ ହୋଇଯିବ ।

– ହେକୁଟି ହେବା ମାତ୍ରେ ଏକ ସ୍ଥାନରେ ବସି ଏକ ଗିଲାସ ଥଣ୍ଡା ପାଣିକୁ ନାକ ବନ୍ଦ କରି ପିଅନ୍ତୁ ଦେଖିବେ ସାଙ୍ଗେ ସାଙ୍ଗେ ହେକୁଟି ବନ୍ଦ ହୋଇଯିବ ।

ପଢନ୍ତୁ  ସ୍ନାନ ବେଳେ କିଛି ଜରୁରୀ ଜିନିଷ ପାଣିରେ ମିଶାନ୍ତୁ ! ରୋଗ ପାଖ ମାଡିବନି

-ହେକୁଟି ହେବା ମାତ୍ରେ ତୁରନ୍ତ ଏକ ଚାମଚ ମହୁ ସେବନ କରନ୍ତୁ । ଏହା ଆପଣଙ୍କୁ ତୁରନ୍ତ ଆରାମ ଦେବ।

– ପ୍ରିନଟ୍‌ ବଟର ଖାଇବା ଦ୍ୱାରା ମଧ୍ୟ ହେକୁଟିରୁ ମୁକ୍ତି ମିଳିଥାଏ । ଏହାକୁ ଖାଇବା ଦ୍ୱାରା ଶ୍ୱାସ ପ୍ରକ୍ରିୟା ପ୍ରଭାବିତ ହୋଇଥାଏ ଯାହା ହେକୁଟି ବନ୍ଦ କରିବାରେ ସାହାୟକ ହୋଇଥାଏ ।

– ଯଦି ଆପଣ ମଦ୍ୟପାନ କରିଛନ୍ତି ଏବଂ ହେକୁଟି ହେଉଛି ,ତେବେ ଲେମ୍ବୁ ଏଥିପାଇଁ ବହୁ ଲାଭଦାୟକ । ଲେମ୍ବୁକୁ ଏକଚର୍ଥୁତାଂଶରେ କାଟି ପାଟିରେ ଧିରେ ଧିରେ ଚୋବାନ୍ତୁ ଦେଖିବେ ହେକୁଟି ବନ୍ଦ ହୋଇଯିବ ।

– ହେକୁଟି ବହୁତ ସମୟ ଧରି ହେଉଥିଲେ ଏହାକୁ ବନ୍ଦ କରିବା ପାଇଁ ଗୋଡ଼ ଉପରେ ପକାଇ ଆଂଠୁକୁ ଛାତି ପର୍ଯ୍ୟନ୍ତ ଲଗାନ୍ତୁ । ଏହା ଦ୍ୱାରା ମାଂସପେଶୀ ସଂଙ୍କୁଚିତ ହୋଇ ହେକୁଟି ଦୂର ହୋଇଥାଏ ।