Lifestyle

ଶୋଇବା ଶୈଳୀରୁ ଜାଣନ୍ତୁ ଆପଣଙ୍କ ସାଥୀଙ୍କ ସହ ସଂପର୍କ

ଆମେ ପୂର୍ବରୁ ମଧ୍ୟ କହିଛୁ ଜଣେ ବ୍ୟକ୍ତିଙ୍କ ଶୋଇବା ଶୈଳୀରୁ ହିଁ ତାଙ୍କ ସ୍ୱଭାବ ଏପଂ ବ୍ୟକ୍ତିତ୍ୱ ବିଷୟରେ ଜଣାପଡ଼ିଥାଏ । ତେବେ ଆପଣ ଜାଣିଛନ୍ତି କି ଦମ୍ପତୀଙ୍କ ମଧ୍ୟରେ କିପରି ସଂପର୍କ ରହିଛି ତାହା ତାଙ୍କର ଶୋଇଥିବା ଶୈଳୀରୁ ଜଣାପଡ଼ି ପାରିବ । ଏହା ଛଡ଼ା ଆପଣଙ୍କ ସାଥିଙ୍କ ସହ କଣ ଭବିଶ୍ୟତ ରହିଛି ଏବଂ କିପରି ଶୋଇବା ଶୈଳୀକୁ ବଦଳିବା ସହ ତାକୁ ଆପଣ ପରିବର୍ତ୍ତନ କରିପାରିବେ ତାହା ମଧ୍ୟ ଆପଣ ଜାଣିପାରିବେ । ତେବେ ଆଉ ଡ଼େରି କାହିଁକି ଆସନ୍ତୁ ଜାଣିବା ଶୋଇବା ଶୈଳୀରୁ କିପରି ଜାଣିବେ ଆପଣଙ୍କ ସାଥୀଙ୍କ ସହ ସଂପର୍କ

ପରସ୍ପରକୁ ଆଲିଙ୍ଗନ କରି ଶୋଇବା : ଯେଉଁ ଦମ୍ପତି ନିଜ ସାଥିଙ୍କୁ ଆଲିଙ୍ଗନ କରି ଶୋଇଥାନ୍ତି ତାଙ୍କ ମଧ୍ୟରେ ନିକଟରେ ଝଗଡ଼ା ହୋଇଛି କିନ୍ତୁ ସେମାନେ ତାହାର ସମାଧାନ କରିଛନ୍ତି । ଏହି ଶୈଳୀରେ ଶୋଇଥିବା ଦମ୍ପତିଙ୍କ ମଧ୍ୟରେ ପୁରୁଷ ମାନେ ସର୍ବଦା ମହିଳାଙ୍କୁ ସୁରକ୍ଷିତ ଅନୁଭୂତି କରାଇବାକୁ ଚେଷ୍ଠା କରିଥାନ୍ତି । ଏହା ସହ ଏହା ଦ୍ୱାର ଦୁଇ ଜଣ ପରସ୍ପର ପ୍ରତି ସଂପୂର୍ଣ୍ଣ ଭାବେ ଆର୍କଷିତ ବୋଲି ଜଣାପଡ଼ିଥାଏ ।

ପଢନ୍ତୁ  DEPRESSIONରେ ରହୁଛନ୍ତି କି? ଆପାଣାନ୍ତୁ ଏହି ଉପାୟ

ମହିଳା କିମ୍ବା ପୁରୁଷ ସାଥିଙ୍କ ଉପରେ ହାତ ପକାଇ ଶୋଇବା : ଯେଉଁ ପୁରୁଷ, ମହିଳା ସାଥୀଙ୍କ ଉପରେ ହାତ ପକାଇ ଶୋଇଥାନ୍ତି ସେମାନେ ତାଙ୍କୁ ସୁରକ୍ଷିତ ଅନୁଭବ କରାଇବାକୁ ଚାହିଁଥାନ୍ତି । ଏପରିକି ପୁରୁଷ ଜଣଙ୍କ ଯେତେ ଝଗଡ଼ା ହେଉ ପଛେ ମହିଳାଙ୍କୁ ଛାଡ଼ି ଯିବେ ନାହିଁ ବୋଲି ଏହି ଶୈଳୀରୁ ଜଣାପଡ଼ିଥାଏ । ଠିକ ସେହିଭଳି ମହିଳା ଜଣଙ୍କ ପୁରୁଷଙ୍କ ଉପରେ ହାତ ପକାଇ ଶୋଇଲେ ଏହା ଏକ ତରଫା ପ୍ରେମର ସୂଚନା ଦେଇଥାଏ । ଏପରି ସମ୍ବନ୍ଧରେ ପରସ୍ପର ମଧ୍ୟରେ ନିଜ ବିଚାରକୁ ନେଇ ସମ୍ମାନ ଥିବାର ଜଣାପଡ଼ିଥାଏ । ଏହି ଶୈଳୀରେ ସାଧାରଣଃ ସପଂର୍କ ଆରମ୍ଭରେ ଦମ୍ପତି ଶୋଇବାକୁ ପସନ୍ଦ କରନ୍ତି ।

ପିଠି ଦେଖାଇ ଶୋଇବା : ଏହି ଶୋଇବା ଶୈଳୀରେ ସାଧାରଣତଃ ଦମ୍ପତୀ ସାଧାରଣତଃ ପରସ୍ପରକୁ ପିଠି ଦେଖାଇ ଶୋଇଥାନ୍ତି । ଏହି ଶୈଳୀରୁ ଜଣାପଡ଼ିଥାଏ ଦୁହେଁ ପରସ୍ପର ଠାରୁ ଭିନ୍ନ ରହି ମଧ୍ୟ ପ୍ରେମରେ ରହିଛନ୍ତି । ତାହା ସହ ଦୁହେଁ ଦୁହିଁଙ୍କର ମତକୁ ସମ୍ମାନ ହେବା ସହ ନିଜର ସ୍ୱାଧିନତାକୁ ବହୁତ ଭଲ ପାଇଥାନ୍ତି ।

ପଢନ୍ତୁ  ଏହି ସବୁ କାମ କରିବା ପୂର୍ବରୁ ନିଶ୍ଚୟ ଧୁଅନ୍ତୁ ପାଦ

ହାତ ଧରାଧରି ହୋଇ ଶୋଇବା : ଏହି ଶୈଳୀରେ ଶୋଇଥିବା ଦମ୍ପତିଙ୍କ ସଂପର୍କ ଦେଖିବାକୁ ମଜବୁତିଆ ଥିଲେ ମଧ୍ୟ ସେମାନେ ପରସ୍ପର ପ୍ରତି ଅନେକ ଇର୍ଷା ଭାବ ରଖିଥାନ୍ତି । ଦୁହେଁ ପରସ୍ପରକୁ ନେଇ ଏତେ ମାତ୍ରାରେ ସନ୍ଦେହ କରିଥାନ୍ତି ଯାହା ଫଳରେ ଦୁହେଁ ଶୋଇବା ସମୟେରେ ମଧ୍ୟ କାଳେ ତାଙ୍କ ସାଥି ତାଙ୍କୁ ଛାଡ଼ି ପଳାଇଯିବା ଡ଼ରରେ ହାତ ଧରି ଶୋଇଥାନ୍ତି ।