neha
Bollywood

Indian Idolର ବିଫଳ ପ୍ରତିଯୋଗୀରୁ ଆଜିର ସଫଳ ସିଙ୍ଗର : ନେହା କକ୍କର ସହ ଅରିଜିତ ମଧ୍ୟ ଅଛନ୍ତି ସାମିଲ

Indian Idol ଟେଲିଭିଜିନରେ ପ୍ରସାରିତ ହେଉଥିବା ଏକ ଚର୍ଚ୍ଚିତ ରିଆଲିଟି ସୋ । ଏହା ଆରମ୍ଭରୁ ହିଁ ସୋନି ଚ୍ୟାନେଲରେ ପ୍ରସାରିତ ହେଇ ଆସୁଛି । ଆଜିର ଯୁଗର ଅନେକ ଆଗଧାଡ଼ିର ସିଙ୍ଗର ଏହି ରିଆଲିଟି ସୋରୁ ହିଁ ଆସିଥିଲେ । ତେବେ ଖାଲି ଯେ Indian Idolର ବିଜେତା ସଫଳତା ହାସଲ କରିଥିଲେ ତାହା ନୁହଁ ବରଂ ଏହି ରିଆଲିଟି ସୋର ପ୍ରତିଯୋଗୀ ମଧ୍ୟ ବହୁଳ ପରିମାଣରେ ଲୋକଙ୍କ ମନ ଜିଣି ପାରିଛନ୍ତି । ଆଜି ଆସନ୍ତୁ ଜାଣିବା ସେପରି କିଛି Indian Idol ସେଲିବ୍ରେଟିଙ୍କ ବିଷୟରେ ।

ଅଭିଜିତ୍ ସାୱନ୍ତ:

Indian Idol ପ୍ରଥମ ସିଜନର ବିଜେତା ସାଜିଥିଲେ ମୁମ୍ବାଇର ଅଭିଜିତ୍ ସାୱନ୍ତ । ଖାଲି ଯେ ବିଜେତା ହେଉଥିଲେ ତାହା ନୁହଁ ଏହି ରିଆଲିଟି ସୋ ବଦଳିଦେଇଥିଲା ତାଙ୍କ ଜୀବନ । ସେ ଏବେ ପର୍ଯ୍ୟନ୍ତ ବଲିଉଡ଼ରେ ଅନେକ ଗୀତ ଗାଇଥିବା ବେଳେ ଜଣେ ଜଣାଶୁଣା ଗାୟକ ଭାବେ ନିଜର ପରିଚୟ ପ୍ରସ୍ତୁତ କରିଛନ୍ତି ।

ପଢନ୍ତୁ  ଏମିତି କିଛି ଚଳଚ୍ଚିତ୍ର ଯାହାକୁ ଏକୁଟିଆ ଦେଖିବାକୁ ପସନ୍ଦ କରିବେ ଆପଣ

ମୋନାଲି ଠାକୁର:

କ୍ୱୁଟ ଫେସ ସହ ମଧୁର ସ୍ୱରର ମିଶ୍ରଣ ହେଉଛନ୍ତି ମୋନାଲି ଠାକୁର । ସେ ମଧ୍ୟ Indian Idol ରିଆଲିଟି ସୋରେ ନବମ ସ୍ଥାନରେ ରହିଥିଲେ । କିନ୍ତୁ ମୋନାଲିଙ୍କ ଯାତ୍ରା ସେଠାରେ ଶେଷ ହୋଇନଥିଲା । ସେ ବଲିଉଡ଼ରେ ଜଣେ ଚର୍ଚ୍ଚିତ ପ୍ଲେବ୍ୟାକ୍ ସିଙ୍ଗର ହେବା ସହ ଅନେକ ରିଆଲିଟି ସୋର ବିଚାରକ ମଧ୍ୟ ଭାବେ ମଧ୍ୟ ନଜର ଆସିସାରିଲେଣି । ତାଙ୍କର ସୱାର ଲୁ, ମୋହ ମୋହ, ଜରା ଜରା ଟଚ୍ ମି ଆଦି ସୁପର ହିଟ୍ ଗୀତ । ଏହା ଛଡ଼ା ସେ ଦୁଇଥର ଫିଲ୍ମଫେୟାର ଆୱାର୍ଡ଼ ମଧ୍ୟ ଜିତି ସାରିଛନ୍ତି ।

ନେହା କକ୍କର :

ଛୋଟା ପ୍ୟାକେଟ ବଡ଼ା ଧମାକାବ ଭାବେ ଜଣାଯାଉଥିବା ବର୍ତ୍ତମାନର ଆଗଧାଡ଼ିର ସିଙ୍ଗର ନେହା କକ୍କର ମଧ୍ୟ Indian Idolର ପ୍ରତିଯୋଗୀ ରହିସାରିଛନ୍ତି । ନେହା ଏହାର ଦ୍ୱିତୀୟ ସିଜନରେ ପ୍ରତିଯୋଗୀ ଭାବେ ନଜର ଆସିଥିଲେ କିନ୍ତୁ ବହୁତ ଶୀଘ୍ର ସେ କଟି ଯାଇଥିଲେ । ହେଲେ ନେହାଙ୍କ ଭାଗ୍ୟ ଯେଉଁ ରିଆଲିଟି ସୋରେ ସେ ବିଜେତା ହୋଇପାରି ନଥିଲେ ଆଜି ସେ ତାହାର ବିଚାରକ ଭାବେ ନଜର ଆସୁଛନ୍ତି । ନେହା କକ୍କର ଏବେ ଯୁବାପିଢ଼ିଙ୍କ ମଧ୍ୟରେ ସେନ୍ସସନାଲ ପାଲଟିଛନ୍ତି ।

ପଢନ୍ତୁ  ଏହି ଅଭିନେତ୍ରୀ ପାଣିରେ ଭିତରେ ଏମିତି ହଟ ସିନ ଦେଲେ ଯେ, ଲୋକେ ଚାହିଁ ରହିଗଲେ

ଅରିଜିତ୍ ସିଂ :

ଆଜିକାଲି ଯୁବପିଢ଼ିଙ୍କ ପ୍ଲେ ଲିଷ୍ଟରେ ଆରିଜିତଙ୍କ ଗୀତ ନଥିଲେ ନଚଳେ । ଅରିଜିତ୍ ମଧ୍ୟ Indian Idolର ପ୍ରତିଯୋଗୀ ଥିଲେ । କିନ୍ତୁ ବହୁତ ଜଲଦି ବାହାରି ଯାଇଥିଲେ । କିନ୍ତୁ ଏବେ କହିବାକୁ ଏପରି କିଛି ଫିଲ୍ମ ନାହିଁ ଯାହା ତାଙ୍କ ଗୀତ ବିନା ରିଲିଜ୍ ହେଉଥିବ । ସମସ୍ତ ଫିଲ୍ମରେ ନିହାତି ତାଙ୍କ ଗୀତ ଥିବା ଜରୁରୀ କହିବାକୁ ଗଲେ ସୁପରଷ୍ଟାର ପାଲଟିଛନ୍ତି ଅରଜିତ୍ ।