Lifestyle

ସବୁଦିନ ପାଇଁ ସୁସ୍ଥ ରହିବା ପାଇଁ ଚାହୁଁଛନ୍ତି କି?ପ୍ରତିଦିନ ଖାଆନ୍ତୁ ଏହି ୪ଟି ଜିନିଷ

ବିଭିନ୍ନ ପ୍ରାକାରର ରୋଗରୁ ଲଢ଼ିବା ପାଇଁ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଠିକ୍‌ ରହିବା ନିହତି ଆବଶ୍ୟକ । ଯଦି ଆପଣଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଅଧିକ ରହିଛି ତେବେ ଆପଣ କୌଣସି ପ୍ରାକାରର ରେଗରେ ଶୀଘ୍ର ଆକ୍ରାନ୍ତ ହେବାର ଆଶଙ୍କା କମ ହୋଇଥାଏ । କାରଣ ଏହି ଶକ୍ତି ଆପଣଙ୍କୁ ବିଭିନ୍ନ ପ୍ରାକାରର ରୋଗରୁ ଲଢ଼ିବା ପାଇଁ ସାହାଯ୍ୟ କରିଥାଏ । ଯଦି ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଠିକ୍‌ ନାହିଁ ତେବେ ଭୋକ ନ ଲାଗିବା,ପେଟ ଭାରି ଲାଗିବା,ଛାତି ପୋଡ଼ିବା ଇତ୍ୟାଦି ସମସ୍ୟା ଦେଖା ଦେଇଥାଏ । ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଠିକ୍‌ କରିବା ପାଇଁ ହେଲେ ଏହି ୪ଟି ଜିନିଷ ଖାଇବା ନିହାତି ଆବଶ୍ୟକ । ଆସନ୍ତୁ ଜାଣିବା ସେ ବିଷୟରେ…

ପଢନ୍ତୁ  ଧଳା କେଶରୁ ରକ୍ଷା କରିବ ଆପଣଙ୍କ ବଗିଚାରେ ଥିବା ଏହି ପତ୍ର

୧.କିଓ୍ଵି ପାଟିକୁ ଯେତିକି ସୁଆଦିଆ ଲାଗେ ଶରୀର ପାଇଁ ମଧ୍ୟ ସେତିକି ଲାଭଦାୟକ ହୋଇଥାଏ । ଏଥିରେ ଭିଟାମିନ Cର ପରିମାଣ ଅଧିକ ରହିଥାଏ । ଯାହା ଶରୀରକୁ ସୁସ୍ଥ ରଖିଥାଏ । ପ୍ରତିଦିନ ଗୋଟେ କିଓ୍ଵି ଖାଇବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ବୃଦ୍ଧି ପାଇଥାଏ ।
୨.ଗୁଡ଼ ଖାଇବାକୁ ପ୍ରାୟ ସମସ୍ତେ ପସନ୍ଦ କରିଥାନ୍ତି । ପେଟର ସମସ୍ୟା ଦୂର କରିବା ପାଇଁ ଗୁଡ଼ କୌଣସି ଔଷଧଠାରୁ କମ ନୂହେଁ । ପ୍ରତିଦିନ ଗୋଟେ ଖଣ୍ଡ ଗୁଡ଼ ଖାଇଲେ ଶରୀରକୁ ଲାଭ ମିଳିବା ସହ ପେଟଜନିତ ସମସ୍ୟା ଦୂର ହୋଇଥାଏ ।
୩.ଭିଟାମିନ୍‌ Cରେ ଭରପୂର ଥିବା ଅଁଳାକୁ ପ୍ରତିଦିନ ଖାଇବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ । ଏହା ସହ ଶରୀରରୁ ଅନେକ ପ୍ରକାରର ବିଷାକ୍ତ ପାଦାର୍ଥକୁ କାଢ଼ିବା ପାଇଁ ଅଁଳା ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ପ୍ରତିଦିନ ହେଉଥିବା କାଶରୁ ମୁକ୍ତି ପାଇବା ପାଇଁ ଅଁଳା ଖାଇବା ଅତ୍ୟନ୍ତ ଭଲ ।
୪.ସେଓ ଫଳରେ ଅନେକ ପ୍ରକାରର ପୋଷକ ତତ୍ତ୍ୱ ରହିଥାଏ । ଯାହା ଶରୀରକୁ ଅନେକ ରୋଗରୁ ରକ୍ଷା କରିଥାଏ । ପ୍ରତିଦିନ ସେଓ ଫଳ ଖାଇବା ଶରୀର ପାଇଁ ଲାଭଦାୟକ ହୋଇଥିବା ବେଳେ ମଧ୍ୟାହ୍ନ ସମୟରେ ସେଓ ଫଳ ଖାଇବା ଶରୀର ପାଇଁ ଭଲ ।