Special Report

ଲିଙ୍ଗ ପରିବର୍ତ୍ତନକରି ପୁରୁଷ ହୋଇଥିବା ମହିଳା, ଜନ୍ମ କଲେ ଶିଶୁ

ଶିଶୁଙ୍କୁ ଜନ୍ମ କରିବା ଦୁନିଆର ସବୁଠାରୁ ଶ୍ରେଷ୍ଠ ଅନୁଭବ । ପ୍ରକୃତିର ନିୟମ ରହିଛି କେବଳ ମହିଳା ମାନେ ହିଁ ଏହାକୁ ଅନୁଭୁତ କରିପାରିବେ । କିନ୍ତୁ ଆଜିର ବିଜ୍ଞାନ ସମସ୍ଥ ସୀମା କୁ ପାର କରିଛି। ଜଣେ ପୁରୁଷ ଶିଶୁଙ୍କୁ ଜନ୍ମ କରି ଥିବା କଥା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲିଟିଛି। ଲିଙ୍ଗପରିବର୍ତ୍ତନ କରିବା ପରେ ମଧ୍ୟ ଜଣେ ପୁରୁଷ ନିଜର ଦ୍ୱିତୀୟ ଶିଶୁକୁ ଜନ୍ମ କରିଛନ୍ତି। ୪ ବର୍ଷ ପୂର୍ବେ କେସି ସୁଲିଭାନ ଲିଙ୍ଗ ପରିବର୍ତ୍ତନ କରି ମହିଳାରୁ ପୁରୁଷ ହୋଇଥିଲେ । ମହିଳା ଥିବା ସମୟରେ ସେ ତାଙ୍କର ପ୍ରଥମ ସନ୍ତାନକୁ ଜନ୍ମ କରିଥିଲେ ।

କେସି ପ୍ରାୟ ୭ ଦିନର ଜନ୍ତ୍ରଣା ପରେ ସି-ସେକ୍ସନ ଜରିଆରେ ଫୋନିକ୍ସକୁ ଜନ୍ମ କରିଛନ୍ତି । ସେ ଦୁନିଆର ପ୍ରଥମ ବ୍ୟକ୍ତି ଯିଏ ଉଭୟ ପୁରୁଷ ଏବଂ ମହିଳା ଭାବେ ଶିଶୁ ଜନ୍ମ କରିଛନ୍ତି । ସେ ବର୍ତ୍ତମାନ ବାଣିଜ୍ୟ ପାଠ ପଢ଼ୁଛନ୍ତି ଏବଂ ଗତ ଫେବୃଆରୀରେ ସାଥୀ ଷ୍ଟିଭେନଙ୍କ ଶିଶୁର ଗର୍ଭବତୀ ହୋଇଥିଲେ । ବହୁତ ଲୋକ କେସିଙ୍କ ଗର୍ଭବତୀ ହେବାକୁ ନେଇ ବହୁତ କଥା ଶୁଣାଇଥିଲେ କିନ୍ତୁ କେସି କାହା କଥାକୁ ଖାତିର ନକରି ଶିଶୁଟିକୁ ଜନ୍ମ କରିବାକୁ ନିଷ୍ପତି କରିଥିଲେ ।

ପଢନ୍ତୁ  ମହିଳାଙ୍କ ଶୋଇବା ଶୈଳୀରୁ ଜାଣିବେ ତାଙ୍କୁ କିପରି ପୁରୁଷ ପସନ୍ଦ

ଲିଙ୍ଗ ପ୍ରାଧାନ୍ୟକୁ କେସି ବିଶ୍ୱାସ କରିନଥିଲେ ଏବଂ ଗର୍ଭବତୀ ହେବା ଦ୍ୱାରା ତାଙ୍କର ପୌରୁଷତା ଉପରେ କିଛି ଫରକ ପଡୁନାହିଁ ବୋଲି କହିଥିଲେ । କେସି ୨୦୧୦ ମସିହାରେ ବିବାହ କରିଥିଲେ ଏବଂ ବହୁତ ନିର୍ଯାତନା ଅନୁଭୁତ କରିଥିଲେ । ତାଙ୍କର ପ୍ରଥମ ଶିଶୁ ଗ୍ରେସଙ୍କ ଜନ୍ମର ତିନି ମାସ ପରେ ହିଁ ସେ ଲିଙ୍ଗ ପରିବର୍ତ୍ତନ କରିଥିଲେ ।