Lifestyle

ଜାଣନ୍ତୁ ନଖ ଅର୍ଦ୍ଧ ଚନ୍ଦ୍ର ହେବା ପଛର ରହସ୍ୟ

ସାରା ଦେଶରେ ଅନେକ ଲୋକ ଅଛନ୍ତି ଯେଉଁମାନେ ଜ୍ୟୋତିଷ ତଥା ପଣ୍ଡିତ ମାନଙ୍କୁ ଖୁବ୍ ବିଶ୍ୱାସ କରନ୍ତି । ଆପଣମାନେ ସମସ୍ତେ ଜାଣିଥିବେ ଜ୍ୟୋତିଷମାନେ ଅନ୍ୟର ହାତ ରେଖା ଦେଖି ଭବିଷ୍ୟ ଗଣନା କରିଥାନ୍ତି । ମାତ୍ର ଯେଉଁ ଭଳି ଭାବରେ ହାତରେଖା ଦେଖି ଭବିଷ୍ୟତ ବିଷୟରେ ଜାଣିପାରିଥାଉ । ଠିକ୍ ସେହି ଭଳି ଭାବରେ ଆପଣ ଆଙ୍ଗୁଳି ଦେଖି ବ୍ୟକ୍ତିତ୍ୱ ଜାଣିପାରିବେ ।

ପଣମାନେ ଅନେକ ଥର ପଣ୍ଡିତଙ୍କୁ ହାତରେଖା ଦେଖାଇଥିବେ । କିନ୍ତୁ କେବେ ହାତ ନଖ ଦେଖାଇଛନ୍ତି କି ? ଯଦି ନା ତେବେ ଆପଣଙ୍କ ହାତ ନଖର ତଳ ଅଂଶକୁ ଖୁବ୍ ଧ୍ୟାନରେ ନଜର ପକାନ୍ତୁ । ଯଦି ସେହି ସ୍ଥାନରେ ଅର୍ଦ୍ଧ ଚନ୍ଦ୍ର ବିଶିଷ୍ଟ ଏକ ଚିହ୍ନ ରହିଛି ତେବେ ଜାଣନ୍ତୁ ଏହି ଚିହ୍ନର ରହସ୍ୟ ବିଷୟରେ ।

ପଢନ୍ତୁ  ପୁରୁଷ ସହ ସମ୍ପର୍କ ନ ରଖି ବି ମା’ହେଉଛନ୍ତି କୁଆଁରୀ ଝିଅ

ଯଦି ଆପଣଙ୍କ ତର୍ଜନି ଆଙ୍ଗୁଳିର ନଖ ଉପରେ ଅର୍ଦ୍ଧ ଚନ୍ଦ୍ର ଥାଏ । ତେବେ ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ସଂକେତ । ଯେଉଁ ବ୍ୟକ୍ତିଙ୍କର ତର୍ଜନି ଆଙ୍ଗୁଳିରେ ଏହି ଚିହ୍ନ ଦୃଶ୍ୟମାନ ହୋଇଥାଏ । ସେମାନେ ଖୁବ୍ ଶୀଘ୍ର ସଫଳତା ହାସଲ କରିଥାନ୍ତି । – ହାତରେ ଥିବା ବଡ ଆଙ୍ଗୁଳି ବା ମଧ୍ୟମ ଆଙ୍ଗୁଳିରେ ଏହି ଚିହ୍ନ ଦେଖାଯାଇଥାଏ । ତେବେ ଏହି ବ୍ୟକ୍ତିତ୍ୱମାନେ ଯନ୍ତ୍ରପାତି ତଥା ଉଦ୍ୟୋଗ ସମ୍ବୋଦ୍ଧିତ କାର୍ଯ୍ୟରେ ସଫଳତା ପ୍ରାପ୍ତ କରିଥାନ୍ତି ।