facebook_sad
News

facebook feed ସ୍କୋଲ୍‌ କରିବା ଦ୍ୱାରା ହୋଇପାରନ୍ତି ଦୁଃଖି

ଗୁଟକା କମ୍ପାନୀ ଯେପରି ଧ୍ରୂର୍ମପାନ ଶରୀର ପ୍ରତି ହାନିକାରକ ବୋଲି କହିଥାନ୍ତି ସେହିପରି ଅତ୍ୟଧିକ ସୋସିଆଲ ମିଡ଼ିଆ ବ୍ୟବହାର ସ୍ୱସ୍ଥ୍ୟକୁ କ୍ଷତି ପହଞ୍ଚାଇଥାଏ ବୋଲି ଫେସବୁକ ନିଜ ବିଷୟରେ କହିଛି । ସୋସିଆଲ ମିଡ଼ିଆ ଦୈନିକ ଶହ ଶହ ଲୋକଙ୍କ ଅଭ୍ୟସରେ ପରିଣତ ହେବାରେ ଲାଗିଛି। ଫେସବୁକର ଦୁଇଟି ପକ୍ଷ ପ୍ରଦାନ କରି ଶୁକ୍ରବାର ଫେସବୁକ କମ୍ପାନୀ ଏକ ବ୍ଲଗ ପୋଷ୍ଟ କରିଛି । ପୂର୍ବରୁ ଅନୁସନ୍ଧାନରୁ ଜଣାପଡ଼ିଛି ଅଧିକ ଟେକ୍ନୋଲୋଜି ବ୍ୟବହାର ଦ୍ୱାରା କିଶୋର ମାନେ ଅବସାଦ ଅନୁଭୁତ କରିଥାନ୍ତି। ଅନଲାଇନରେ ନିଜ ପ୍ରିୟ ସାଙ୍ଗ ମାନଙ୍କ ସହ ବାର୍ତ୍ତାଲାପ କରିବା ଦ୍ୱାରା ମଧ୍ୟ ଏହାର ପ୍ରଭାବ ପଡ଼ିଥାଏ ବୋଲି ଜଣାପଡ଼ିଛି। ଅବଶ୍ୟ ଏହା ର୍ନିସନ୍ଧେହ ଫେସବୁକ ଲୋକଙ୍କ ମଧ୍ୟରେ ସଂପର୍କ ସୃଷ୍ଟି କରିବାରେ ଏକ ସୁବିଧା ମାଧ୍ୟମ ପାଲିଟିଛି।।

ପଢନ୍ତୁ  କାହିଁକି ଅଘୋରୀ ବାବା ଶ୍ମସାନରେ ରହିବାକୁ ପସନ୍ଦ କରନ୍ତି?

ଫେସବୁକର ଅନୁସନ୍ଧାନ ନିର୍ଦ୍ଦେଶକ ଡ଼େବିଡ଼ ଗିନ୍ସବର୍ଗ ଏବଂ ଅନୁସନ୍ଧାନ ବୈଜ୍ଞାନିକ ମୋଇରା ବର୍କର୍ ମିଚିଗାପ ବିଶ୍ୱବିଦ୍ୟାଳୟର ଛାତ୍ରଛାତୀଙ୍କ ଉପରେ କରାଯାଇଥିବା ମାନସିକ ସ୍ଥରର ଅନୁସନ୍ଧାନକୁ ଏକ ପତ୍ରିକାର ପ୍ରକାଶ କରିଛନ୍ତି । ଅନୁସନ୍ଧାନରେ ଛାତ୍ରଛାତ୍ରୀ ମାନଙ୍କୁ ୧୦ ମିନିଟ ପାଇଁ ଫେସବୁକ୍‌ ଫିଡ଼ ପଢ଼ିବାକୁ ଦିଆଯାଇଥିଲା । ଏହାପରେ ଅନ୍ୟ ଛାତ୍ରଛାତ୍ରୀଙ୍କ ଅପେକ୍ଷା ସେମାନେ ଦୁଃଖୀ ଜଣାପଡ଼ିଥିଲେ । ତେବେ ସିଧାସଳଖ ଭାବେ ମେସେଜ ବା ପୋଷ୍ଟ ପ୍ରାପ୍ତ କରିବା ଏବଂ ଜଣଙ୍କ ଟାଇମଲାଇନ୍‌ରେ କମେଣ୍ଟ କଲେ ମାନସୀକ ଉତଫୁଲତା ଦେଖାଯାଇଥାଏ ବୋଲି ବର୍କ ପ୍ରୋଫେସର କାର୍ନିଗୀ ମେଲନଙ୍କ ସହ ମିଶି କରିଥିବା ଏକ ଅନୁସନ୍ଧାନ ବିଷୟରେ କହିଛନ୍ତି । ‘ଖାଲି ଷ୍ଟାଟସ୍‌ ପ୍ରସାରଣ କଲେ ହେବନାହିଁ ବରଂ ଲୋକଙ୍କୁ ନିଜ ପରିସର ମଧ୍ୟରେ ନିଜ ମଧ୍ୟରେ ବାର୍ତ୍ତାଲାପ କରିବାକୁ ପଡ଼ିବ ‘, ବୋଲି କମ୍ପାନୀ ଏହାର ବ୍ଳଗ୍‌ରେ କହିଛି।