News

ଫେସ୍‌ବୁକ୍‌ରେ କମେଣ୍ଟ୍‌ ଦେଲେ ହୋଇପାରେ ଜେଲ୍‌

ହାଇଦ୍ରାବାଦର ଏକ ବ୍ୟସ୍ତବହୁଳ ସହରରେ ରହୁଥିବା ସନ୍ତୋଷ ନାମକ ଜଣେ ୨୦ ବର୍ଷୀୟ ଯୁବକ ସେହି ସହରରେ ରହୁଥିବା ଜଣେ ଯୁବତୀଙ୍କୁ ଦୀର୍ଘଦିନ ଧରି ଫେସବୁକରେ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରୁଥିଲା। ପୁଲିସ ସୂଚନା ଅନୁସାରେ, ସନ୍ତୋଷ ଯୁବତୀ ଜଣଙ୍କୁ ବାରମ୍ବାର ଭେଟିବାକୁ କହୁଥିଲା। ହେଲେ ମହିଳା ଜଣକ ତା କଥାରେ ରାଜି ହେଉନଥିଲେ। ଏପରିକି ଫେସବୁକରେ ସନ୍ତୋଷ ପଠାଉଥିବା ମେସେଜଗୁଡ଼ିକୁ ମଧ୍ୟ ସେ ଇଗ୍‌ନୋର କରିଦେଇଥିଲେ। ଯାହା ଫଳରେ ସନ୍ତୋଷ ରାଗି ଯାଇ ତାଙ୍କୁ ଗାଳି ଦେବା ଆରମ୍ଭ କରିଦେଇଥିଲେ। ମହିଳା ଜଣଙ୍କ ଏବିଷୟରେ ନିଜ ପରିବାର ଲୋକଙ୍କୁ ଜଣାଇଥିଲେ ଏବଂ ଏଥିପାଇଁ ସନ୍ତୋଷକୁ ଚେତାବନୀ ମଧ୍ୟ ଦିଆଯାଇଥିଲା।

ଏହା ପରେ ବି ସେ ପୁଣି ଗାଳିଭରା ମେସେଜ ପଠାଇବା ଆରମ୍ଭ କରିଥିଲା । ଏହାପରେ ଯୁବତୀଙ୍କ ପରିବାର ଲୋକେ ସନ୍ତୋଷ ବିରୋଧରେ ଥାନାରେ ଯାଇ ଅଭିଯୋଗ କରିବାକୁ ପୁଲିସ୍‌ ସନ୍ତୋଷକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତେବେ ସମସ୍ତ ପ୍ରମାଣକୁ ଭର୍ତ୍ତି କରି କୋର୍ଟ ସନ୍ତୋଷକୁ ଦୁଇ ଦିନ ଜେଲ ଦଣ୍ଡାଦେଶ ଶୁଣାଇବା ସହ ୫୦ ହଜାର ଟଙ୍କାର ଜରିମାନା ବାବଦକୁ ଦେବାକୁ ନିର୍ଦ୍ଦେଶ ଦେଇଛି।