don't-ask-these-thing-to-women-odia-zamana
Lifestyle

ଭୁଲରେ ମଧ୍ୟ ମହିଳାଙ୍କୁ ପଚାରନ୍ତୁ ନାହିଁ ଏହି କଥା !!

ନାରୀ ହେଉଛନ୍ତି ଦୁନିଆର ସବୁଠାରୁ ସୁନ୍ଦର ସୃଷ୍ଟି । ମହିଳାଙ୍କ ଭଳି ତାଙ୍କ ହୃଦୟ ମଧ୍ୟ ବହୁତ କୋମଳ ଏବଂ ସୂକ୍ଷ୍ମ ହୋଇଥାଏ । ଆପଣ ଭାବି ମଧ୍ୟ ପାରିବେ ନାହିଁ ମହିଳା କେଉଁ କଥାକୁ ନିଜ ମନରେ ଧରି ବସିଥାନ୍ତି । ଏଣୁ ଆସନ୍ତୁ ଜାଣିବା କିଛି କଥା ଯାହା ଭୁଲରେ ମଧ୍ୟ ମହିଳାଙ୍କୁ କହିବା ଉଚିତ୍‌ ନୁହଁ।

କେବେ ମଧ୍ୟ କୌଣସି ମହିଳାଙ୍କୁ କାହା ସହ କଥା ହେବା ଉଚିତ ଏବଂ ଅନୁଚିତ ତାହା କୁହନ୍ତୁ ନାହିଁ । ଯଦି ଆପଣଙ୍କ ସାଥିଙ୍କର ଅନେକ ପୁରୁଷ ବନ୍ଧୁ ଅଛନ୍ତି ତେବେ ଏନେଇ ଇର୍ଷା ପ୍ରକାଶ କରନ୍ତୁ ନାହିଁ । ବରଂ ତାଙ୍କ ପାଖକୁ ଯାଇ ଏହା ବିଷୟରେ ଆଲୋଚନା କରନ୍ତୁ । ଆଲୋଚନା ମାନେ ଏହା ନୁହଁ କି ଆପଣ ତାଙ୍କୁ ବାରମ୍ବାର ତାଙ୍କ ପୁରୁଷ ବନ୍ଧୁଙ୍କ ସହ ସଂପର୍କକୁ ନେଇ ପ୍ରଶ୍ନ ପଚାରିବେ । ଏହା ଦ୍ୱାରା ମହିଳା ଜଣଙ୍କ ଅପଣଙ୍କୁ କଥା ଲୁଚାଇବା ଆରମ୍ଭ କରିବା ସହ ଅପଣଙ୍କ ସହିତ ନିଜକୁ ଅସୁରକ୍ଷିତ ଅନୁଭବ କରିବେ ।

ପଢନ୍ତୁ  ଏହି ୧୮ଲକ୍ଷଣରୁ ୧୨ଟି ଲକ୍ଷଣ ମିଶୁଥିଲେ ବିନା ଦ୍ୱିଧାରେ ଆପଣ ସେ ପୁରୁଷଙ୍କୁ ବିବାହ କରି ପାରିବେ

ହଠାତ କେବେ ମଧ୍ୟ ମହିଳାଙ୍କ ସହିତ କଥାବାର୍ତ୍ତା ବନ୍ଦ କରନ୍ତୁ ନାହିଁ । କାରଣ କୌଣସି ବିଷୟରେ କଥା ହେଉଥିବା ସମୟରେ ଯଦି ଆପଣ କଥା ହେବା ବନ୍ଦ କରୁଛନ୍ତି କିମ୍ବା ପରେ କଥା ହେବା ନେଇ କହୁଛନ୍ତି । ଏହା ଦ୍ୱାରା ତାଙ୍କ ମନରେ ଅନେକ କଥା ଉପୁଜିପାରେ । ଯେପରିକି ଆପଣ ତାଙ୍କୁ ଅଣଦେଖା କରୁଛନ୍ତି , ଆପଣ ତାଙ୍କ ପ୍ରତି ଆକର୍ଷିତ ନାହାନ୍ତି , ବୋଧ ହୁଏ ଆପଣ ତାଙ୍କୁ ଧୋକା ଦେଉଛନ୍ତି ଆଦି । ଏଣୁ ଆପଣଙ୍କ ସାଥିଙ୍କୁ ସଂପୂର୍ଣ୍ଣ ସମୟ ଦିଅନ୍ତୁ ଏବଂ ତାଙ୍କୁ ସ୍ୱତନ୍ତ୍ର ଅନୁଭବ କରାନ୍ତୁ ।

କେବେ ମଧ୍ୟ ପ୍ରଥମ ଦେଖାରେ ହିଁ ମହିଳାଙ୍କୁ ପସନ୍ଦ କରୁଛନ୍ତି ବୋଲି କୁହନ୍ତୁ ନାହିଁ । ସବୁବେଳେ ପ୍ରଥମେ ତାଙ୍କୁ ଜାରିବାକୁ ତାଙ୍କ ବୁଝିବାକୁ ଚେଷ୍ଠା କରନ୍ତୁ । ଯଦି ସେ ତୁମ ପ୍ରତି ଆର୍କଷିତ ଥିବେ ଏବଂ ତୁମକୁ ଭଲ ପାଉଥିବେ ତେବେ ସେ ନିଶ୍ଚିତ ଭାବେ ତୁମକୁ ଇଶାରା ଦେବେ । ଯଦି ଆପଣ ପ୍ରଥମ ଦେଖାରେ ହିଁ ତାଙ୍କୁ ଭଲ ପାଉଛନ୍ତି କୁହନ୍ତି ତେବେ ଏହାକୁ ଏକ ଫାଳିକିୟା ପ୍ରେମ କୁହାଯାଇଥାଏ ।

ପଢନ୍ତୁ  ଶୋଇବା ସମୟରେ କେଉଁ ଦିଗକୁ ମୁଣ୍ଡ କରି ଶୋଇବା ଉଚିତ !!

ଯଦି ଆପଣଙ୍କ ପ୍ରେମିକା କିମ୍ବା ସାଥି ଆପଣଙ୍କ କଲ ଏବଂ ମେସେଜର କିଛି ଉତ୍ତର ଦେଉନାହାନ୍ତି ଏହା ଅର୍ଥ ନୁହେଁ ସେ ଅପଣଙ୍କୁ କିଛି ଲୁଚାଉଛନ୍ତି ।କେବେ ମଧ୍ୟ ଏହାର କାରଣ ତାଙ୍କ ସାଙ୍ଗ କିମ୍ବା ତାଙ୍କ ପାଖ ଲୋକଙ୍କୁ ପଚାରନ୍ତୁ ନାହିଁ । ସାଥିଙ୍କ ଉପରେ ବିଶ୍ୱାସ ରଖନ୍ତୁ ବୋଧ ହୁଏ କିଛି କାମରେ ବ୍ୟସ୍ତ ଥିବେ ସେଥିପାଇଁ ଫୋନ ଉଠାଇ ପାରିଲେ ନାହିଁ। ବିଶ୍ୱାସ ରଖନ୍ତୁ ଏବଂ ତାଙ୍କ ଫୋନର ଅପେକ୍ଷା କରନ୍ତୁ ।