Special Report

କାହିଁକି କୁକୁରଙ୍କୁ ସର୍ବସଂମୁଖରେ କରିବାକୁ ପଡେ ଏହି କାମ

ଦ୍ୱାପର ଯୁଗରେ ପଞ୍ଚୁ ପାଣ୍ଡବଙ୍କ ପତ୍ନୀ ଥିଲେ ଦ୍ରୋପଦୀ ।ତେବେ କୁହାଯାଇଥାଏ ଦ୍ରୋପଦୀଙ୍କ ଜନ୍ମ ଯଜ୍ଞକୁଣ୍ଡରୁ ହୋଇଥିଲା । ଅମେ ଆପଣଙ୍କୁ ପୂର୍ବରୁ କହିସାରିଛୁ କିପରି ଦ୍ରୋପଦୀ ତାଙ୍କର ପାଞ୍ଚ ଜଣ ସ୍ୱାମୀ ସହ ସଂପର୍କ ସ୍ଥାପନ କରୁଥିଲେ ମଧ୍ୟ ପବିତ୍ର ଏବଂ ସତି ଭାବେ ଜୀବନ ଜାପନ କରୁଥିଲେ । ତେବେ ଆପଣ ମନରେ କେବେ ଏକ ପ୍ରଶ୍ନ ଉଙ୍କୀ ମାରିଛି କି କୁକୁର କାହିଁକି ସର୍ବସାଧାରଣରେ ସମ୍ଭୋଗ କରନ୍ତି ଏହାର କାରଣ କଣ । ଏହା ପଛରରେ ମଧ୍ୟ ରହିଛି କିଛି ପୌରାଣିକ କାରଣ । ପ୍ରକୃତରେ ଦ୍ରୋପଦୀଙ୍କ ଅଭିଶାପ ଯୋଗୁଁ କୁକୁରଙ୍କୁ ସର୍ବସାଧାରଣରେ ସମ୍ବୋଗ କରିବାକୁ ପଡ଼ିଥାଏ । ଆସନ୍ତୁ ଜାଣିବା ଏହା ପଛର କାହାଣୀ ବିଷୟରେ ।

ପଢନ୍ତୁ  ନିଜର ସ୍ତନଦୁଗ୍ଧ ବିକ୍ରି କରି ଲକ୍ଷାଧିକ ଟଙ୍କା ରୋଜଗାର କଲେ ମହିଳା

ପୂର୍ବ ସୂଚନା ଅନୁଯାୟୀ , ଦ୍ରୋପଦୀଙ୍କ ସ୍ୱୟଂବରରେ ପାଣିର ଏକ ପାତ୍ରରେ ଉପରେ ବୁଲୁଥିବା ମାଛର ଆଖିରେ ତୀର ମାରିବା ସର୍ତ୍ତ ରଖାଯାଇଥିଲା । ଏହି ସର୍ତ୍ତକୁ ଅର୍ଜୁନ ସଫଳଭାବେ ପୂରା କରିଥିଲେ ଏବଂ ଦ୍ରୋପଦୀଙ୍କୁ ନିଜର ଅର୍ଦ୍ଧାଙ୍ଗୀନି ଭାବେ ପାଇଥିଲେ । ଯେତେବେଳେ ପାଞ୍ଚ ପାଣ୍ଡବ ଦ୍ରୋବଦୀଙ୍କୁ ସାଙ୍ଗରେ ନେଇ ମାତା କୁନ୍ତିଙ୍କ ପାଖରେ ପହଞ୍ଚିଥିଲେ ସେତେବେଳେ ସେ କିଛି ନଦେଖି ଯାହା ଆଣିଛ ପାଞ୍ଚ ଭାଇ ଭାଗ ବଣ୍ଟା କରି ନେଇଯାଅ କହିଥିଲେ । ଯାହା ଫଳରେ ଦ୍ରୋପଦୀଙ୍କୁ ପାଞ୍ଚ ପାଣ୍ଡବଙ୍କ ପତ୍ନୀ ହୋଇ ରହିବାକୁ ପଡ଼ିଥିଲା ।

ପାଞ୍ଚ ପାଣ୍ଡବ ଦ୍ରୋପଦୀଙ୍କ ସହ ସମୟ ବିତାଇବାର ଏକ ନିର୍ଦ୍ଦିଷ୍ଟ ସମୟ ଠିକ କରିଥିଲେ । ଏହି ସମୟରେ ଜଣେ ଭାଇ ଦ୍ରୋପଦୀଙ୍କ ସହ ଥିବା ବେଳେ ଆଉ କୌଣସି ଭାଇ ତାଙ୍କ ପାଖକୁ ଯିବେ ନାହିଁ ନଚେତ ତାଙ୍କୁ ବନବାସ ଭୋଗ କରିବାକୁ ପଡ଼ିବ ।ଦ୍ରେପଦୀ ମଧ୍ୟ ଏହି ସମୟରେ କହିଥିଲେ ତାଙ୍କ ପାଖକୁ ଯେଉଁ ଭାଇ ଆସିବେ ସେ ତାଙ୍କର ପାଦୁକା କକ୍ଷ ବାହାରେ ରଖିଆସିବେ। ଯାହାଫଳରେ ଅନ୍ୟ ଭାଇ ଜଣଙ୍କୁ ସୂଚନା ମିଳିବ କି ତାଙ୍କ ସହିତ କିଏ ଅଛନ୍ତି ।

ପଢନ୍ତୁ  କନ୍ୟା ବଜାର, ଯେଉଁଠି ଝିଅମାନେ ହୁଅନ୍ତି ଗାଈଗୋରୁ ପରି ନିଲାମ

କିନ୍ତୁ ଥରେ ଜଣେ ପାଣ୍ଡବଙ୍କ ସହିତ ଅନ୍ତରଙ୍ଗ ମୂହୂର୍ତ୍ତ ବିତାଉଥିବା ସମୟରେ କକ୍ଷ ବାହାରେ ରଖାଯାଇଥିବା ପାଦୁକାକୁ ଏକ କୁକୁର ଖେଳଖେଳରେ ଳୁଚାଇ ନେଇଥିଲା । ଯାହା ଫଳରେ ଅନ୍ୟ ଜଣେ ପାଣ୍ଡବ ଦ୍ରୋପଦୀଙ୍କ ସହିତ କିଏ ନାହାନ୍ତି ଭାବି କକ୍ଷ ମଧ୍ୟକୁ ପ୍ରବେଶ କରିଥିଲେ । ଯାହା ଫଳରେ ଦ୍ରୋପଦୀଙ୍କୁ ଆଉ ଜଣେ ଭାଇଙ୍କ ସହିତ ଆପତ୍ତିଜନକ ଅବସ୍ଥାରେ ଦେଖିଥିଲେ । ଯେଉଁ କାରଣରୁ ଦ୍ରୋପଦୀ ବହୁତ ଲଜ୍ଜ୍ୟାଜନକ ପରିସ୍ଥିତିର ସଂମୁଖୀନ ହୋଇଥିଲେ ଏବଂ କୁକୁରଟିକୁ ଅଭିଶାପ ଦେଇଥିଲେ ।

ଅଭିଶାପ ଅନୁଯାୟୀ , କୁୁକୁରଙ୍କୁ ଆଜୀବନ ତାଙ୍କର ଅନ୍ତରଙ୍ଗ ମୂହୂର୍ତ୍ତ ଅର୍ଥାତ ସମ୍ଭୋଗ ସର୍ବସମ୍ମୁଖରେ କରିବା ପାଇଁ ପଡ଼ିଥାଏ । ଏଣୁ ବର୍ତ୍ତମାନ ପର୍ଯ୍ୟନ୍ତ କୁକୁରଙ୍କୁ ତାଙ୍କର ବ୍ୟକ୍ତିଗତ ଜିନିଷକୁ ଲୋକଦୃଷ୍ଟିରେ କରିବାକୁ ପଡ଼ିଥାଏ ।