News

ଷ୍ଟେସନ WIFI ରେ ପାଠପଢ଼ି କୁଲି ହେଲେ ହାକିମ

ଇଛା ଥିଲେ ବାଟ ମିଳେ । ଏହି ବାକ୍ୟକୁ ସାର୍ଥକ କରି ଦେଖାଇଛନ୍ତି କେରଳ ମୁନ୍ନାର ସହରରେ କୁଲି ଭାବେ କାର୍ଯ୍ୟରତ ଥିବା ଶ୍ରୀନାଥ । ମୁଣ୍ଡରେ ବୁହା ହୋଇଥିବା ଜିନିଷ ଏବଂ ଷ୍ଟେସନର ଗହଳି ତାଙ୍କୁ ତାଙ୍କ ଲକ୍ଷ୍ୟ ସ୍ଥଳରୁ ଭ୍ରମିତ କରିପାରିନଥିଲା । ବୃତ୍ତିରେ ଜଣେ କୁଲି ହୋଇଥିଲେ ମଧ୍ୟ ପ୍ରସାଶନିକ ଅଧିକାରୀ ହେବାର ତାଙ୍କର ସ୍ୱପ୍ନ ବର୍ତ୍ତମାନ ସାକାର ହେବାକୁ ଯାଉଛି।

କେରଳ ଏର୍ଣ୍ଣାକୁଲମ୍‌ ଷ୍ଟେସନରେ କାମ କରୁଥିବା କରୁଥିବା ଶ୍ରୀନାଥ ପଢିବା ପାଇଁ ପାଖରେ ପଇସା ନଥିବାରୁ ଷ୍ଟେସନରେ ଉପଲବ୍ଧ ଥିବା ଫ୍ରି ୱାଇଫାଇକୁ ବ୍ୟବହାର କରି ସେ ପାଠ ପଢୁଥିଲେ। ବର୍ତ୍ତମାନ ପ୍ରଶାସନିକ ଲିଖିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଯଦି ସାକ୍ଷାତକାରରେ ଭଲ ପ୍ରଦର୍ଶନ କରନ୍ତି ତେବେ ସେ ଭୂମି ରାଜସ୍ୱ ବିଭାଗରେ ଭିଲେଜ୍‌ ଫିଲ୍ଡ ଆସିଷ୍ଟାଣ୍ଡ ପଦରେ ନିଯୁକ୍ତି ପାଇବେ କେରଳର ଶ୍ରୀନାଥ ତୃତୀୟ ଥର ପାଇଁ ସେ ସିଭିଲ୍‌ ସର୍ଭିସ୍‌ ପରୀକ୍ଷା ଦେଇ ଉର୍ତ୍ତୀଣ୍ଣ ହୋଇଛନ୍ତି ।

ପଢନ୍ତୁ  ୧୫ ଲକ୍ଷର ଚାକିରି ଛାଡ଼ି ଦମ୍ପତି ଖୋଲିଲେ ଚା' ଦୋକାନ

ପଢ଼ିବା ପାଇଁ କୌଣସି ବହି ଖାତା ନଥିଲା ଏପରିକି ସେ ଆଜି ପର୍ଯ୍ୟନ୍ତ କୋଚିଂ କ୍ଲାସର ମୁହଁ ମଧ୍ୟ ଦେଖିନାହାନ୍ତି । ତଥାପି ମନରେ ଜଣେ ପ୍ରଶାସନିକ କାର୍ଯ୍ୟକାରୀ ହେବାର ଜିଦିରେ ସମସ୍ତଙ୍କ ପାଇଁ ଉଦାହରଣ ସାଜିଛନ୍ତି । ଯେତେବେଳେ ସେ ଲୋକଙ୍କ ବ୍ୟାଗର ବୋଝକୁ ବୋହୁଥିଲେ ସେତେବେଳେ ଷ୍ଟେସନର ଫ୍ରି ୱାଇଫାଇକୁ ବ୍ୟବହାର କରି ବିଭିନ୍ନ ବିଷୟରେ ଲେକ୍ଚର ଶୁଣୁଥିଲେ ଏବଂ ରାତିରେ ଘରକୁ ଯିବା ପରେ ସେ ସବୁ ରିଭାଇଜ୍‌ କରୁଥିଲେ।