News

BSNL 4G ସେବା ଓଡ଼ିଶାରେ, ନୂଆ ପ୍ଲାନରେ ମିଳିବ ୧୦୦% କ୍ୟାସବ୍ୟାକ

ଭାରତ ସଂଚାର ନିଗମ ଲିମିଡ଼େଟ (BSNL) ଓଡ଼ିଶାରେ ଖୁବ ଶିଘ୍ର 4G ବ୍ୟବସ୍ଥା ଆରମ୍ଭ କରିବା ପାଇଁ ଯାଉଛି। ଏନେଇ ୨୦୧୮-୧୯ ମସିହା ମଧ୍ୟରେ ଗ୍ରାହକଙ୍କୁ ଉତ୍ତମ ସୁବିଧା ଯୋଗାଯିବା ସହ ରାଜ୍ୟରେ ୭୫୦ଟି ନୂଆ ବିଟିଏସ୍‌ ଲଗାଯିବାର ବ୍ୟବସ୍ଥା ରହିଛି । ବର୍ତ୍ତମାନ ବାଲେଶ୍ୱର , ଭଦ୍ରକ ଓ ମୟୁରଭଞ୍ଜରେ ନେଟୱର୍କକୁ ସୁଦୃଢ଼ କରାଯାଉଥିବା ବେଳେ ଏଥିରେ ସମୁଦାୟ ୧୯୮ କୋଟି ଟଙ୍କା ଖର୍ଛ କରାଯାଉଛି ବୋଲି କମ୍ପାନୀ କାର୍ଯ୍ୟଳୟରେ ହୋଇଥିବା ଏକ ସମ୍ବାଦିକ ସମ୍ମିଳନୀରେ BSNL ର ସିଜିଏମ୍‌ ସତ୍ୟାନନ୍ଦ ନାୟକ କହିଛନ୍ତି ।

କମ୍ପାନୀ ଏପ୍ରିଲ ମାସ ଆରମ୍ଭରୁ କିଛି ନୂତନ ପ୍ଲାନ ଲଞ୍ଚ କରିବା ପାଇଁ ଯାଉଛି। ଏହି ପ୍ଲାନରେ FWP-୧୦୦୧ , ୩୧୯ , ୯୯ , ୧୧୮ ଏବଂ ବ୍ରଡ଼ବ୍ୟାଣ୍ଡରେ ୧୧୯୯ ପ୍ଲାନ ଆଦି ଲଞ୍ଚ କରିବାର ସୂଚନା ମିଳିଛି । ଏଥିରେ ୧୦୦% ଟଙ୍କା ଫେରସ୍ତ ମିଳିବ । ଏହା ବ୍ୟତୀତ କଂପାନି ଏକ ନୂଆ ଲ୍ୟାଣ୍ଡଲାଇନ୍ ପ୍ଲାନ୍ ମଧ୍ୟ ଆଣିବାକୁ ଯୋଜନା ରଖିଛି। ଯେକୌଣସି ନେଟଓ୍ଵର୍କକୁ ଅସୀମିତ କଲ୍ ସୁବିଧା ପ୍ରଦାନ କରିବା ପାଇଁ ବିଏସଏନଏଲ୍ ୯୯ ଟଙ୍କିଆ, ୧୧୮ ଟଙ୍କିଆ ଓ ୩୧୯ ଟଙ୍କିଆ ପ୍ଲାନ୍ ପ୍ରଚଳନ କରିଛି। କମ୍ପାନୀ ସହ ଚଳିତ ବର୍ଷ ୧୩.୮୫ ନୂତନ ଗ୍ରାହକ ଯୋଡ଼ି ହୋଇଛନ୍ତି । ଏହା ସହ କମ୍ପାନୀ ୨୩୦୦ ନୂଆ ଲିଜ ଲାଇନ , ୩୬,୧୮୦ଟି ଲ୍ୟାଣ୍ଡ ଲାଇନ ଏବଂ ୧୯,୦୦୫ଟି ବ୍ରଡ଼ବ୍ୟାଣ୍ଡ କନେକସନ ଦେଇଛି ବୋଲି କହିଛନ୍ତି ନାୟକ ।