bride-Market
Special Report

ଟଙ୍କା ଦେଇ କିଣିଥାନ୍ତି ବିବାହ ପାଇଁ କନ୍ୟା

ଦୁନିଆରେ ସମସ୍ତ ସ୍ଥାନରେ ନାରୀ ମାନଙ୍କୁ ତାଙ୍କ ଅଧିକାର ଦେବା ପାଇଁ ପ୍ରୟାସ ହେଉଥିବା ବେଳେ ଏମିତି ଏକ ସ୍ଥାନ ଅଛି ଯେଉଁଠାରେ ନାରୀ ମାନଙ୍କର ବିବାହ ପାଇଁ ବଜାର ଲାଗିଥାଏ।। ଆପଣ ଠିକ ପଢ଼ିଛନ୍ତି , ମୁଲଗେରିଆର ଷ୍ଟାରାଜୋଗରଠାରେ ପ୍ରତି ୩ ବର୍ଷରେ ଥରେ ବସିଥାଏ ବିବାହ ପାଇଁ ଝିଅ ବଜାର ।

ଏଥିରେ ବରଘର ଲୋକ ମହିଳାଙ୍କୁ କିଣି ତାଙ୍କ ଘରର ବହୁ କରି ନେଇଥାନ୍ତି । ବୁଲଗେରିଆରର ଷ୍ଟାରଜୋଗରରେ ୩ ବର୍ଷରେ ଥରେ ବସିଥାଏ କନ୍ୟା (ନାରୀ )ମାନଙ୍କର ବଜାର । ଏହି ମେଳାକୁ ଆଇନଗତ ଭାବେ ମଞ୍ଜୁର ଦିଆଯାଇଛି ।ଏହି ମେଳାର ଏକ ଖାସ କାରଣ ମଧ୍ୟ ରହିଛି।ଏଥିରେ ସେହି ପରିବାର ଲୋକ ଭାଗ ନେଇଥାନ୍ତି ଯେଉଁ ପରିବାର ଲୋକଙ୍କ ପାଖରେ ଝିଅ ବାହାଘର କରିବା ପାଇଁ ଅର୍ଥାଭାବ ରହିଥାଏ ।

ପଢନ୍ତୁ  ଆପଣ ଜାଣିଛନ୍ତି କି, ଆଜି ମଧ୍ୟ ଏହି ମନ୍ଦିରରେ ଚାଲିଛି ତନ୍ତ୍ର ସାଧନା !

ଏହି ମେଳାରେ ବିଭିନ୍ନ ବୟସର ମହିଳା ବୋହୁ ଭାବେ ପ୍ରସ୍ତୁତ ହୋଇ ଆସିଥାନ୍ତି । ଏଥିରେ ବହୁଳ ପରିମାଣର ମହିଳା ଏବଂ ବୋହୁ କରି ନେବା ପାଇଁ ବର ଘର ଲୋକ ଆସିଥାନ୍ତି । ପ୍ରଥମେ ବରକନ୍ୟା ପରସ୍ପରକୁ ପସନ୍ଦ କରି କିଛି ସମୟ ବିତାଇଥାନ୍ତି । ପରେ କନ୍ୟା ଘର ଲୋକଙ୍କୁ ନିର୍ଦ୍ଦିଷ୍ଟ ଟଙ୍କା ଦେଇ ବର ଘର ଝିଅକୁ ବୋହୁ କରି ନେଇଛନ୍ତି ।