branded-garment-behind-dirty-work-odia-zamana
News

Branded ପୋଷାକର କଳା ରହସ୍ୟ !! ଜାଣିବେ ଯଦି ବ୍ରାଣ୍ଡେଡ ପିନ୍ଧିବା ଛାଡ଼ିଦେବେ

ବର୍ତ୍ତମାନର ଆଧୁନିକ ଯୁଗରେ ସମସ୍ତ ବ୍ୟକ୍ତି Branded ପୋଷାକ ଆଡ଼କୁ ଆକୃଷ୍ଟ ହେଉଛନ୍ତି । ଏପରିକି ବ୍ରାଣ୍ଡେଡ଼ କପଡ଼ା ପାଇଁ ଅନେକ ମଲ୍‌ ଏବଂ ବଜାର ବୁଲିବା ପାଇଁ ମଧ୍ୟ ପଚଘୁଞ୍ଚା ଦେଉ ନାହାନ୍ତି । କେବେ ଭାବିଛନ୍ତି ଏତେ ବଡ଼ ବଡ଼ ବ୍ରାଣ୍ଡର ସୁନ୍ଦର ପୋଷାକ ର୍ନିମାତା କିଏ ? କିଏ ତାହାକୁ ପ୍ରସ୍ତୁତ କରୁଛନ୍ତି ଏବଂ ଆପଣଙ୍କ ପିନ୍ଧା ପୋଷାକକୁ ସୁନ୍ଦର କରିବାରେ କାହାର ହାତ ରହିଛି? ଆମେ ଆଜି ଆପଣଙ୍କୁ ଏହି branded କମ୍ପାନୀ ମାନଙ୍କର କଳା ରହସ୍ୟ ବିଷୟରେ ଜଣାଇବାକୁ ଯାଉଛୁ

ନିକଟରେ ଏକ ରିପୋର୍ଟରୁ ଜଣାପଡ଼ିଛି , ଦକ୍ଷିଣ ଭାରତର ସବୁ ସୁତା କାରଖାନା ମାନଙ୍କରେ ଶିଶୁ ଶ୍ରମିକମାନଙ୍କ ଦ୍ୱାରା କାମ କରାଯାଇଥାଏ । ୧୪ ବର୍ଷରୁ କମ୍ ଶିଶୁ ଶ୍ରମିକମାନଙ୍କୁ ଏହି କାରଖାନାରେ କାମ କରାଯିବା ଦେଖାଯାଏ । ଇଣ୍ଡିଆ କମିଟି ଅଫ୍ ଦ ନେଦରଲ୍ୟାଣ୍ଡସ୍ ନାମକ ଏକ ମାନବଧିକାର ସଂସ୍ଥାର ଏକ ସର୍ଭେରୁ ଜଣାପଡିଥିଲା ଯେ ଏଭଳି ୯୦ ପ୍ରତିଶତ କମ୍ପାନୀରେ ବାଳ ଶ୍ରମିକଙ୍କୁ କାମରେ ଲଗାଇ ଦିଆଯାଉଛି ।

ପଢନ୍ତୁ  କନ୍ୟା ପିତାକୁ ଅଡୁଆ ହେଲା ବରର ଦାଢି ! କାହିଁକି ,ପଢନ୍ତୁ ଏହି ଖବର

ବ୍ରାଣ୍ଡେଡ କମ୍ପାନୀଗୁଡିକ ଉପରେ ଆସୁଛି ଯାହା ମାନବଧିକାର ସଂସ୍ଥାର ଖାତିର ନକରି ଏହି ସୁତା କାରଖାନାରୁ ସୁତା କିଣୁଛନ୍ତି । ରିସର୍ଚ୍ଚରୁ ଜାଣାପଡିଲା ଏହିଭଳି ୭୫୦ କମ୍ପାନୀମାନଙ୍କ ରେ କାମ କରୁଥିବା ଝିଅମାନଙ୍କର ବୟସସୀମା ୧୪ ବର୍ଷରୁ କମ୍ । ଏହି ପିଲାମାନଙ୍କଠାରୁ ଗଧଙ୍କ ଭଳି କାମ ହାସଲ କରାଯାଏ ଏବଂ ତାଙ୍କ ପାରିଶ୍ରମିକକୁ ମଧ୍ୟ ଅଟକ ରଖାଯାଏ । କେବଳ ଏତିକି ନୁହଁ କମ୍ପାନୀ ହଷ୍ଟେଲରେ ଏମାନଙ୍କୁ ବନ୍ଦ କରାଯିବା ସହ ଯୌନ ଉତ୍ପୀଡନ ମଧ୍ୟ ଦିଆଯାଇଥାଏ ।

ତାମିଲନାଡୁରେ ଦେଢହଜାର କମ୍ପାନୀରେ ପ୍ରାୟ ୨ ରୁ ୪ ଲକ୍ଷ ପିଲା କାମ କରୁଛନ୍ତି । କପଡାରେ ରଙ୍ଗ ଦେବା,ସୁତା କାଟିବା,ବୁଣିବା ଏବଂ ଡ୍ରେସ୍ ତିଆରିରେ ମଧ୍ୟ ଏହି ପିଲାଙ୍କୁ ନିୟୋଜିତ କରାଯାଏ । ତାମିଲନାଡୁର ବିଭିନ୍ନ ଗାଁରୁ ଏହି ପିଲାମାନଙ୍କୁ କାମ କରିବା ପାଇଁ କାରଖାନାକୁ ଅଣାଯାଇଥାଏ । ଏହିଠାରେ କପଡା ପ୍ରସ୍ତୁତ ହୋଇଯିବା ପରେ ଦଶଗୁଣା ଅଧିକ ଦାମରେ ବ୍ରାଣ୍ଡେଡ ମଲ୍ ମାନଙ୍କରେ ବିକ୍ରି ହେବା ପାଇଁ ଯାଏ ଏବଂ ଏହାର ଫାଇଦା କମ୍ପାନୀ ମାଲିକ ଉଠାଇଥାନ୍ତି ।