Bollywood

ବଲିଉଡ଼ର ବିବାଦନୀୟ ଚଳଚ୍ଚିତ୍ର : ଯାହାକୁ Censor Board କରିଛି ବ୍ୟାନ

ବଲିଡ଼ଉରେ ଏପରି ଅନେକ ଚଳଚ୍ଚିତ୍ର ଯାହାର କାହାଣୀ ଅତ୍ୟଧିକ ଭଲ ହୋଇଥିଲେ ମଧ୍ୟ ଚଳଚ୍ଚିତ୍ରରେ ଥିବା କିଛି ଅନ୍ତରଙ୍ଗ ସିନ ପାଇଁ ତାକୁ ବ୍ୟାନ କରାଯାଇଛି। ଏହିପରି କି ସଂପୂର୍ଣ୍ଣ ଚଳଚ୍ଚିତ୍ରର ସୁଟିଂ ଶେଷ ହୋଇଥିଲେ ମଧ୍ୟ Censor Board ସ୍ୱିକୃତି ନମିଳିବାରୁ ସେହି ଚଳଚ୍ଚିତ୍ର ଗୁଡ଼ିକ ବଡ଼ ପରଦାରେ ଓହ୍ଳାଇ ପାରି ନାହାନ୍ତି । କେବଳ ଚଳଚ୍ଚିତ୍ର ନୁହଁ ଏଥି ସହ ଯୋଡ଼ି ହୋଇ ରହିଥିବା କଳାକାର , ପ୍ରଯୋଜକ , ନିର୍ଦ୍ଦେଶକ , ଗାୟକ ଆଦି ମଧ୍ୟ ଚଳଚ୍ଚିତ୍ର ପାଇଁ ବିବାଦରେ ରହିଛନ୍ତି । ତେବେ ଆସନ୍ତୁ ଜାଣିବା ବଲିଉଡ଼ର କିଛି ଚର୍ଚ୍ଚିତ ଚଳଚ୍ଚିତ୍ର ମାନଙ୍କ ବିଷୟରେ ଯାହା ପାଇଁ Censor Board ବାଧକ ସାଜିଥିଲା ।

ସତ୍ୟମ୍‌ ଶିଭମ୍‌ ସୁନ୍ଦରମ୍‌ : ରାଜକପୁରଙ୍କ ପ୍ରଯୋଜକତାରେ ର୍ନିମିତ ୧୯୭୮ ମସିହାର ସତ୍ୟମ୍‌ ଶିଭମ୍‌ ସୁନ୍ଦରମ୍‌ ଚଳଚ୍ଚିତ୍ରଟି ସେହି ସମୟରେ ଅନେକ ବିବାଦର ସମ୍ମୁଖିନ ହୋଇଥିଲା । ଚଳଚ୍ଚିତ୍ରରେ ଜିନତ୍‌ ଅମନ ଏବଂ ଶଶୀ କପୁରଙ୍କ ମଧ୍ୟରେ ଥିବା କିଛି ଅନ୍ତରଙ୍ଗ ସିନ୍‌ ଯାହା ଚଳଚ୍ଚିତ୍ରକୁ ନେଇ ଠିଆ କରିଥିଲା ବିବାଦରରେ ଘେରାରେ । ତେବେ କିଛି ସିନ୍‌କୁ କାଟିବା ସହ ଏହି ଚଳଚ୍ଚିତ୍ରଟି ବଡ଼ ପରଦାର ରିଲିଜ ହୋଇଥିଲା। ସେହି ସମୟରେ ଏହି ଚଳଚ୍ଚିତ୍ରରେ ବହୁତ ହିଟ୍‌ ହୋଇଥିଲା ।

ପଢନ୍ତୁ  ଲୋକଙ୍କ ଦୃଷ୍ଟି ଆର୍କଷଣ ପାଇଁ Boldness ସୀମା ପାର କରିଛନ୍ତି ଏହି କଳାକାର

ବନଡ଼ିଟ କୁଇନ୍‌: ଭାରତୀୟ ମହିଳା ଡ଼କାୟତ ଫୁଲନ୍‌ ଦେବୀଙ୍କ ଉପରେ ଆଧାରିତ ‘ବନଡ଼ିଟ କୁଇନ’ କୁ ବିବାଦର ସମ୍ମୁଖିନ ହେବାକୁ ପଡ଼ିଥିଲା । ଚଳଚ୍ଚିତ୍ରରେ ଅଭିନେତ୍ରୀ ସୀମା ବିଶ୍ୱାସଙ୍କୁ ନଗ୍ନ ହେବା ସହ ଅଭାଷାରେ ଗାଳି ମଧ୍ୟ କରିବାକୁ ପଡ଼ିଥିଲା । ଏହି ଚଳଚ୍ଚିତ୍ର ଦ୍ୱାରା ସମାଜରେ କୁପ୍ରଭାବ ପଡ଼ିବା ଡ଼ରରେ ସେନ୍ସର ବୋର୍ଡ଼ ଏହାକୁ ବ୍ୟାନ କରିଦେଇଥିଲା ।

ଫାୟାର : ଅନେକ ପ୍ରକାରର ସମ୍ବର୍ଦ୍ଧନା ଏବଂ ପୁରସ୍କାର ଗ୍ରହଣ କରିଥିବା ଫାୟାର ଚଳଚ୍ଚିତ୍ର ଭାରତରେ ବିବାଦ ସୃଷ୍ଟି କରିଥିଲା । ଏହି ଚଳଚ୍ଚିତ୍ରଟି ମହିଳାଙ୍କ ସମଲିଙ୍ଗ ଆର୍କଷଣ ବିଷୟରେ ରହିଥିଲା । ସମାଜରେ ମହିଳାଙ୍କ ଜୀବନ ସହ ଜଡ଼ିତ ଥିବା ଏକ ଅପ୍ରିୟ ସତ୍ୟକୁ ଚଳଚ୍ଚିତ୍ରରେ ଚିତ୍ରଣ କରାଯାଇଥିବା ବେଳେ ଏହାକୁ ଭାରତୀୟ ସଂସ୍କୃତିରେ ବାଧା ସୃଷ୍ଟି ହେଉଛି ବୋଲି କୁହାଯାଇଥିଲା । ଏଥି ପାଇଁ ଚଳଚ୍ଚିତ୍ରର ମୁଖ୍ୟ କଳାକାର ସବାନା ଆଜମୀ ଏବଂ ନନ୍ଦିତା ଦାସଙ୍କୁ ଅନେକ ବିବାଦର ସମ୍ମୁଖିନ ହେବାକୁ ପଡ଼ିଥିଲା ।

ପଢନ୍ତୁ  ଟେଲିଭିଜନ ଅଭିନେତ୍ରୀ ଯିଏ ପାର କରିଛନ୍ତି BOLDNESS ର ସୀମା

କାମସୂତ୍ର : ଏ ଟେଲ୍‌ ଅଫ ଲଭ: ଭାରତରେ କାମସୂତ୍ରର ପୃଷ୍ଠଭୂମି କୁହାଯାଇଥିଲେ ମଧ୍ୟ ଏହା ବିଷୟରେ ସମାଜରେ କିଏ ମଧ୍ୟ ଖୋଲାରେ କଥା ହେବା ପାଇଁ ଭଲ ପାଆନ୍ତି ନାହିଁ । କାମସୂତ୍ରର କିଛି କାହାଣୀ ଉପରେ ଆଧାରିତ ଚଳଚ୍ଚିତ୍ରକୁ ଭାରତରେ ଅନେକ ବିବାଦର ସମ୍ମୁଖିନ ହେବାକୁ ପଡ଼ିଥିବା ବେଳେ ବିଦେଶରେ ଏହାକୁ ଅନେକ ପୁରସ୍କାର ମିଳିଥିଲା ।