Lifestyle

କଳା ଚା ଶରୀର ପାଇଁ ଗୁଣକାରୀ ଅଟେ

ସକାଳ ଅରମ୍ଭ ହେବା ମାତ୍ରେ ଆମେମାନେ ଆମ ବେଡ଼ ପାଖରେ ଚା କପେ୍ ଖୋଜିଥାଉ । ଆଜିକା ସମୟରେ ପ୍ରାୟତଃ ଅଧିକାଂଶ ଲୋକ ଚା ପିିଇବାକୁ ପସନ୍ଦ କରିଥାଆନ୍ତି । କିଛି କିଛି ଲୋକ ଏମିତି ବି ଅଛନ୍ତି ଯେଉଁମାନେ ଚା ନ ପିଇଲେ ସେମାନଙ୍କର ମୁଣ୍ଡ ବ୍ୟାଥା ହୋଇଥାଏ । ଆଜିକାଲି ବ୍ୟାସ୍ତ ବହୁଳତା ଜୀବନରେ ସମସ୍ତେ ସୁସ୍ଥ ରହିବାକୁ ଚାହିଁଥାଆନ୍ତି । ସେଥି ପାଇଁ ନିଜ ସ୍ୱାସ୍ଥକୁ ନଜର ରଖି ଅଧିକାଂଶ ବ୍ୟକ୍ତି ସବୁଜ ଚା ଏବଂ କଳା ଚା ପିଇଥାଆନ୍ତି । ଆପଣ ମାନେ ଜାଣନ୍ତି କି ଯେପରି ସବୁଜ ଚା ଆମ ଶରୀରକୁ ସୁସ୍ଥ ରଖିଥାଏ ଠିକ୍ ସେହି ପରି କଳା ଚା ଆମ ଶରୀର ପାଇଁ ମଧ୍ୟ ଲାଭଦାୟକ ଅଟେ ବୋଲି । ଆସନ୍ତୁ ଜାଣିବା କଳା ଚା ର ଉପକାରିତା ବିଷୟରେ

ପଢନ୍ତୁ  Break up ହୋଇଛି କି ? କଣ ଆପଣ ମଧ୍ୟ କରୁଛନ୍ତି ଏପରି ବ୍ୟବହାର

ହୃଦୟ ସମସ୍ୟା- କଳା ଚା ଆମ ଶରୀରର ରୋଗକୁ ଭଲ କରିଥାଏ । ପ୍ରତିଦିନ ଏକ କପ୍ କଳା ଚା ଆପଣଙ୍କ ହୃଦୟକୁ ପୁରାପୁରି ରୂପେ ସୁସ୍ଥ ରଖିଥାଏ । ଏଥିରେ ଥିବା ଫ୍ଲୋବେନାୟଡ୍ସ ଏଲଡ଼ୀଏଲ୍ କୋଲେଷ୍ଟଲ୍ କୁ ସମ୍ପୂର୍ଣ୍ଣ ରୂପେ କମ୍ କରିଥାଏ । ଏବଂ ରକ୍ତ ଜମୁଥିବା ପ୍ରକିୟାକୁ ମଧ୍ୟ ନଷ୍ଟ କରିଥାଏ ।

କ୍ୟାନ୍ସର- କ୍ୟାନ୍ସର ରୋଗ ପାଇଁ କଳା ଚା ଅତ୍ୟଧିକ ଲାଭଦାୟକ ଅଟେ, କାରଣ କଳା ଚା ଶରୀରରେ ଥିବା କ୍ୟାନ୍ସର କଣିକାକୁ ପୁରାପୁରି ନଷ୍ଟ କରିଥାଏ ।

ମସ୍ତିସ୍କ ପାଇଁ ଆବଶ୍ୟକ – କଳା ଚା ଟେନସନ ଦୂର କରିଥାଏ । ଏବଂ ମସ୍ତିସ୍କକୁ ସତେଜ ରଖିଥାଏ । ସ୍ମରଣଶକ୍ତି ବଢ଼ାଇବାରେ ମଧ୍ୟ କଳା ଚା ସାହାଯ୍ୟ କରିଥାଏ ।

ପଢନ୍ତୁ  ସମ୍ବନ୍ଧରେ ପୁରୁଷଙ୍କ ପାଖରେ ଏହି ଜିନିଷ ଖୋଜିଥାନ୍ତି ମହିଳା

ପାଚନ ପ୍ରକିୟା- କଳା ଚା ରେ ଥିବା ଟୋନିନ ପାଚନ ପ୍ରକିୟା ପାଇଁ ଅଧିକ ଫାଇଦା ଯୋଗାଉ ଥାଏ । ଏହା ଗ୍ୟାସ, ମଳକଣ୍ଟ , କୋଷ୍ଠକାଠିନ ସମସ୍ୟା ଦୁର କରିଥାଏ

ଏନର୍ଜୀ ବୁଷ୍ଟର-କଳା ଚା ପିଇବା ଦ୍ୱାରା ଶରୀର ଆକ୍ଟିବ୍ ରଖିଥାଏ ଏବଂ ମସ୍ତିସ୍କ କାମ ଠିକ୍ ରୂପେ କରିଥାଏ । କଳା ଚା ଶରୀରରୁ କ୍ଲାନ୍ତ ଦୂର କରିଥାଏ ।

କୋଲେଷ୍ଟଲ୍- କଳା ଚା ଶରୀରରେ କୋଲେଷ୍ଟଲ କମ୍ କରିଥାଏ । ଏବଂ ଶରୀରର ଓଜନ କମାଇବାରେ ମଧ୍ୟ ସାହାଯ୍ୟ କରିଥାଏ ।