Lifestyle

ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ କଲରା

କଲରା ନାଁ ଶୁଣିଲେ ସାଧରଣତଃ ପିତାଳିଆ ସ୍ୱାଦ କଥା ମନେ ପଡିଯାଇଥାଏ । ସବୁଜ ରଙ୍ଗର ଏହି ପରିବାଟିର ସ୍ୱାଦ ଯଦିଓ ପାଟିକୁ ସ୍ୱାଦିଷ୍ଟ ଲାଗି ନପାରେ ମାତ୍ର ଏଥିରେ ଭରି ରହିଛି ଅନେକ ପ୍ରକାରର ପୋଷଣ । କଲରାକୁ ଆପଣ ବିଭିନ୍ନ ଢଙ୍ଗରେ ବ୍ୟବହାର କରିପାରିବେ । ଖାଲି ସେତିକି ନୁହେଁ ଆପଣ ଚାହିଁଲେ ଏହାକୁ ଜୁସ ଆକାରରେ ନଚେତ୍ ଆଚାର ଭାବରେ ମଧ୍ୟ ଖାଇ ପାରିବେ । ତେବେ ଏହା ଖାଇବା ଦ୍ୱାରା ଶରୀରକୁ କିଭଳି ପ୍ରକାରର ଫାଇଦା ମିଳିଥାଏ ଆସନ୍ତୁ ଜାଣିବା ।

କଲରାରେ ବିଶେଷ କରି ବହୁ ମାତ୍ରାରେ ପୋଷଣ ମିଶିକରି ଥାଏ । ଏଥିରେ ଭିଟାମିନ-ଏ,ବିଏବଂ ସି ଦେଖିବାକୁ ମିଳିଥାଏ । ଏହାଛଡା କୈରୋଟିନ୍, ଭିଟାକୈରୋଟିନ୍, ଲୁଟିନ୍, ଆଇରନ୍, ପୋଟେସିୟମ, ମ୍ୟାଗ୍ନେସିୟମ ଭଳି ସ୍ୱାସ୍ଥ୍ୟ ଉପାଦେୟ ପୋଷଣ ରହିଥାଏ । ଯାହା ଶରୀରକୁ ବିଭିନ୍ନ ରୋଗ କବଳରୁ ରକ୍ଷା କରିଥାଏ ।

ପଢନ୍ତୁ  ଆଗାଧୁଆ କରନ୍ତୁ ଏହି କାମ: ଭବିଷ୍ୟତ ହବ ଉଜ୍ଜ୍ୱଳ

ନିଶ୍ୱାସ-ପ୍ରଶ୍ୱାସ ଜନିତ ସମସ୍ୟାକୁ ଦୂର କରିବାରେ କଲରା ଏକ ଉତ୍ତମ ପରିବା ଭାବରେ କାର୍ଯ୍ୟକରିଥାଏ । ତେବେ ନିୟମିତ ଭାବରେ ଖାଦ୍ୟରେ କଲରାକୁ ସେବନ କରିବା ଦ୍ୱାରା ଏହି ସମସ୍ୟାକୁ ଅନେକାଂଶରେ ଦୂର କରାଯାଇ ପାରିବ ।

ଆପଣ ଯଦି ବିଭିନ୍ନ ଇନଫେକ୍ସନରୁ ନିଜରୁ ରକ୍ଷା କରିବାକୁ ଚାହୁଁଛନ୍ତି । ତେବେ କଲରା କିମ୍ବା କଲରାର ପତ୍ରକୁ ପାଣିରେ ଫୁଟାଇ ତା’ର ପାଣିକୁ ସେବନ କରନ୍ତୁ । ଏହାଦ୍ୱାରା ଆପଣ ଏହିସବୁ ସମସ୍ୟାରୁ ମୁକ୍ତି ପାଇପାରିବେ ।

କଲରା ଖାଇବା ଦ୍ୱାରା ମୁହଁରେ ଦେଖାଯାଉଥିବା ବିଭିନ୍ନ ସମସ୍ୟା ଦୂର କରିବାପାଇଁ ପାରିବ । ଏଥିପାଇଁ ପ୍ରତିଦିନ ସକାଳୁ ଉଠି ଖାଲି ପେଟରେ କଲରା ଜୁସ ସହ ଲେମ୍ବୁ ମିଶାଇ ପାଖାପାଖି ଛ’ମାସ ପିଅନ୍ତୁ ଏବଂ ଫଳ ଦେଖନ୍ତୁ ।

କଲରା ଦ୍ୱାରା ମଧୁମେହ ଜନିତ ସମସ୍ୟାରୁ ମୁକ୍ତି ପାଇବା ସମ୍ଭବ ହୋଇଥାଏ । ଏଥିପାଇଁ କଲରା ଜୁସ୍ ଅତ୍ୟନ୍ତ ଉପକାରୀ ହୋଇଥାଏ । ପେଟ ଜନିତ ତଥା କିଡନୀ ଜନିତ ସମସ୍ୟାରୁ ମୁକ୍ତି ଦେଇଥାଏ କଲରା । ଏହାକୁ ନିୟମିତ ଭାବରେ ଖାଇବା ଓ ପିଇବା ଦ୍ୱାରା ଶରୀରକୁ ବିଭିନ୍ନ ପ୍ରକାର ଲାଭ ମିଳିଥାଏ ।

କଲରା ହାର୍ଟ ବା ହୃଦୟ ପାଇଁ ଅତ୍ୟନ୍ତ ଉପକାରୀ ହୋଇଥାଏ । ଏହା ଶରୀର ମଧ୍ୟରେ ଥିବା ଖରାପ କୋଲେଷ୍ଟ୍ରୋଲକୁ ନିୟନ୍ତ୍ରିତ କରିଥାଏ । ଯାହାଦ୍ୱାରା ହୃଦ୍ ଘାତ ଜନିତ ସମସ୍ୟାକୁ କିଛି ମାତ୍ରାରେ ଏଡାଇବା ସମ୍ଭବପର ହୋଇଥାଏ ।