Lifestyle

ଘିଅ ଖାଇଲେ କ’ଣ ଫାଇଦା ମିଳେ ! ଜାଣନ୍ତୁ

ସକାଳେ ଶଯ୍ୟାତ୍ୟାଗ କଲା ପରେ କିଛି ଲୋକଙ୍କର ଅଭ୍ୟାସ ଥାଏ ଚା କିମ୍ବା କଫି ପିଇବା ଏବଂ ଆଉ କିଛି ଲୋକ ସିଧା ଜଳଖିଆ କରିବାକୁ ଉଚିତ ଭାବିଥାନ୍ତି । ହେଲେ ଏମିତି କିଛି ଲୋକ ଅଛନ୍ତି ଯିଏ ନିଜର ସ୍ୱାସ୍ଥ୍ୟକୁ ନେଇ ଖୁବ୍ ସଚେତନ ଥାନ୍ତି । ଏବଂ ସେମାନେ ସକାଳେ ଉଠିବା ପରେ ଗରମ ପାଣି ଓ ମହୁ ଖାଇଥାନ୍ତି । ବା ପ୍ରାକୃତିକ ହଳଦୀ ପାଣି ପିିିିଇଥାନ୍ତି ।

ହେଲେ ଆପଣ ଜାଣନ୍ତି, ସକାଳେ ଖାଲି ପେଟରେ ଘିଅ ଖାଇଲେ ଅନେକ ଫାଇଦା ମିଳିଥାଏ । ଏହା ମଧ୍ୟ ଏକ ଭଲ ଅଭ୍ୟାସ ଅଟେ । କିନ୍ତୁ ଲୋକେ ଏହା ପସନ୍ଦ କରିନଥାନ୍ତି । ଅନେକ ଅଧ୍ୟୟନ ଓ ଆମର ଆୟୁର୍ବେଦ ଅନୁସାରେ ସକାଳେ ଖାଲି ପେଟରେ ଜଳଖିଆ ପୂର୍ବରୁ ଘିଅର ସେବନ କରିବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ଖୁବ୍ ଲାଭ ହୋଇଥାଏ ।

ଆସନ୍ତୁ ଜାଣିବା ଏ ବିଷୟରେ –

ପଢନ୍ତୁ  ଏହି ଶ୍ରେଣୀର ବ୍ୟକ୍ତିମାନେ କେବେ ଧନୀ ହୋଇପାରନ୍ତି ନି

୧ – ଶରୀରର ସମସ୍ତ କୋଷିକାକୁ ମଜବୁତ୍ କରିଥାଏ – ଆୟୁର୍ବେଦ ଅନୁସାରେ ଘିଅ ଶରୀର ସବୁ କୋଷିକାକୁ ମଜବୁତ୍ ଦେଇଥାଏ । ଏଥିପାଇଁ ଏହାକୁ ରସ କୁହାଯାଏ । କହିରଖୁଛି ଯେ , ରାସ ଏକ ପ୍ରକାରର ନ୍ୟୁଟିଏଣ୍ଟ ଅଟେ , ଯାହା ଖାଲି ପେଟରେ ଖାଇବା ଦ୍ୱାରା ଶରୀରର କୋଷିକାକୁ ପାଳନ ପୋଷଣ କରିବାରେ ସାହାଯ୍ୟ କରିଥାଏ । ଏବଂ ପୁରା ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ନିୟନ୍ତ୍ରିତ କରିଥାଏ ।

୨ – ତ୍ୱଚାରେ ଚମକ ଆଣେ – ଅଳ୍ପ ଘିଅ ସେବନ କରିବାରେ ଆପଣଙ୍କ କୋଷିକାଗୁଡିକ ପୁନର୍ଜୀବିତ ହୋଇଥାଏ । ତ୍ୱଚାରେ ପ୍ରାକୃତିକ ଚମକ ଦେଖାଦିଏ । ଘିଅ ଆପଣଙ୍କର ଚର୍ମର ନାଚୁରାଲ୍ କୋମଳତାକୁ ବଜାୟ ରଖେ । ଚର୍ମକୁ ଶୁଷ୍କତାରୁ ବଂଚାଇଥାଏ ।

୩ – ଗଣ୍ଠିଗୁଡିକୁ ଆରାମ ଦିଏ – ଘିଅକୁ ସେବନ କରିବାରେ ଆପଣଙ୍କ ଝଂଜାରେ ଯନ୍ତ୍ରଣା ଓ ଗଣ୍ଠି ଆଦିରେ ସମସ୍ୟା ଉପୁଜିନଥାଏ । କାରଣ ଘିଅ ଏକ ନାଚୁରାଲ୍ ଲୁବ୍ରିକାଣ୍ଟ ଭଳି କାମ କରିଥାଏ । ଘିଅରେ ଓମେଗା ୩ ଫ୍ୟାଟି ଏସିଡ୍ ମଧ୍ୟ ଥାଏ । ଯାହା ଅଷ୍ଟିଓ-ପୋରୋସିସ୍ ହେବାର ସମ୍ଭାବନାକୁ କମ୍ କରିଥାଏ । ଏବଂ ଶରୀରର ହାଡକୁ ସୁସ୍ଥ ରଖିଥାଏ ।

ପଢନ୍ତୁ  ଆଇସକ୍ରିମ ଖାଆନ୍ତୁ ତନ୍ଦରୁସ୍ତ ରୁହନ୍ତୁ !!

୪ –ମସ୍ତିଷ୍କକୁ ବିକଶିତ କରିଥାଏ – ଯଦି ଆପଣ ଘିଅକୁ ସକାଳେ ଖାଲି ପେଟରେ ସେବନ କରୁଛନ୍ତି ତ ଆପଣଙ୍କର ମସ୍ତିଷ୍କର କୋଷିକାଗୁଡିକ ଆକ୍ଟିଭ୍ ହୁଏ । ଏବଂ ନର୍ଭ ମଧ୍ୟ ପ୍ରେରିତ ହୋଇଥାଏ । ଯେଉଁ କାରଣରୁ ଆପଣଙ୍କର ସ୍ମୃତିଶକ୍ତି ଓ ଶିଖିବାର କ୍ଷମତା ବଢିଯାଇଥାଏ । ଏହାର ସେବନ ଦ୍ୱାରା ଆପଣଙ୍କୁ ଅଲଜିମର ଭଳି ରୋଗ ହେବାର ସମ୍ଭାବନା କମିଯାଇଥାଏ ।

୫ – ଓଜନକୁ ନିୟନ୍ତ୍ରଣ କରେ – ଲୋକଙ୍କ ମଧ୍ୟରେ ଏହା ଏକ ବଡ ଭ୍ରମ ଥାଏ କି ଘିଅର ବ୍ୟବହାର କରିବା ଦ୍ୱାରା ତାଙ୍କର ଓଜନ ବଢିଥାଏ । କିନ୍ତୁ ଆପଣ ଯଦି ଖାଲି ପେଟରେ ୫ରୁ ୧୦ ଏମଏଲ ଘିଅ ସେବନ କରିବେ ତ ଏହାଦ୍ୱାରା ଆପନଙ୍କର ମେଟାବୋଲିକ ରେଟ୍ ବଢିଥାଏ ।ଏବଂ ଆପଣଙ୍କର ଓଜନ କମ୍ ହୋଇଥାଏ ।

ପଢନ୍ତୁ  ଏଥିପାଇଁ ମହିଳାଙ୍କୁ ପସନ୍ଦ ଡ଼େଙ୍ଗା ପୁରୁଷ !

୬ –କେଶ ଝଡିବା ରୋକିଥାଏ – ସକାଳେ ଖାଲି ପେଟରେ ଘିଅ ସେବନ କରିବା ଦ୍ୱାରା କେଶ ଝଡିବା ବନ୍ଦ ହୋଇଥାଏ । କାରଣ ଏଥିରୁ ପୁରା ନ୍ୟୁଟ୍ରିଏଣ୍ଟ ମିଳିଥାଏ । ଫଳରେ କେଶର କୋମଳତା , ଚମକତା ଆସିଥାଏ । ଏବଂ କେସ ଝଡିବା ରୋକିଥାଏ ।

୭ – କ୍ୟାନସର ରୋଗରୁ ମୁକ୍ତି ମିଳେ – ଘିଅରେ ଆଣ୍ଟି-କ୍ୟାନସର ଗୁଣ ରହିଛି । ଯାହା ଆପଣଙ୍କ ଶରୀରରେ କ୍ୟାନସର କୋଷକୁ ବଢିବାରେ ରୋକିଥାଏ ।