Lifestyle

ରାତିରେ ର୍ନିବସ୍ତ୍ର ହୋଇ ଶୋଇବାର ରହିଛି ଏହିସବୁ ଫାଇଦା

ଦିନ ଯାକର ପରିଶ୍ରମ ପରେ ସମସ୍ତେ ଏକ ଆରାମ ଦାୟକ ନିଦର ଆଶା କରିଥାନ୍ତି। ପ୍ରାୟତଃ ଘରକୁ ଆସିବା ପରେ ଢ଼ିଲାଢ଼ୋଲା କିମ୍ବା ଆରମ ଦାୟକ ପୋଷାକ ପିନ୍ଧି ସମସ୍ତେ ଶୋଇବାକୁ ପସନ୍ଦକରିଥାନ୍ତି । ତେବେ ଆପଣ ଜାଣଛନ୍ତି କି ନିକଟରେ ଏକ ଅନୁସନ୍ଧାନରୁ ଜଣାପଡ଼ିଛି ରାତି ସମୟରେ ର୍ନିବସ୍ତ୍ର ଶୋଇବା ଦ୍ୱାରା ଶରୀରକୁ ଅନେକ ପ୍ରକାରର ଲାଭ ମିଳିଥାଏ। ଆସନ୍ତୁ ଜାଣିବା ନିବସ୍ତ୍ର ଶୋଇବାର ଅନେକ ଲାଭ ବିଷୟରେ।

ଦୈନନ୍ଦିନ ଆମେ ଅନେକ କାର୍ଯ୍ୟରେ ନିଜକୁ ବ୍ୟସ୍ତ ରଖିବା ସହ ପିନ୍ଧିଥିବା ପୋଷାକରେ ନାନାଧି ପ୍ରକାରର ଜୀବଣୁ , ଝାଳ ଏବଂ ମଇଳା ଆଦି ଲାଗିଥିଏ। ଯାହା ଦ୍ୱାରା ବିଭିନ୍ନ ଶରୀରରେ ପ୍ରକାରର ଚର୍ମରୋଗ ଦେଖାଯାଇଥାଏ। ରାତି ସମୟରେ ପୋଷାକ ପରିବର୍ତ୍ତନ କରି ଶୋଇଥିଲେ ମଧ୍ୟ ଶରୀର ପୁଣିଥରେ ପୋଷାକ ଲାଗିରହିଲେ ଏହି ଚର୍ମ ରୋଗ କମ ହେବା ସ୍ଥାନରେ ଅଧିକ ବଢ଼ିଥାଏ। ଏଣୁ ରାତିରେ ନିବସ୍ତ୍ର ଶୋଇବା ଦ୍ୱାରା ଶରୀରକୁ ସଠିକ ଭାବେ ପ୍ରାକୃତିକ ପବନ ବାଜିଥାଏ ଯାହା ଫଳରେ ଆନେକ ଚର୍ମ ରୋଗରୁ ମୁକ୍ତି ମିଳିଥାଏ ।

ପଢନ୍ତୁ  ରୋଗ ଦୂରେଇ ରଖିବ ଦିନକୁ କେବଳ ୧୦ଟି ଖଜୁରୀ

ରାତ୍ର ସମୟରେ ବିନା ପୋଷାକରେ ଶୋଇବା ଦ୍ୱାରା ଶରୀରର ତାପମାନ ନିୟନ୍ତ୍ରିତ ରହିଥାଏ। ଏହା ସହ ଶରୀରରେ ର୍ହମୋନ ପ୍ରକ୍ରିୟା ମଧ୍ୟ ସଠିକ ଭାବେ ହୋଇଥାଏ। ନିବସ୍ତ୍ର ହୋଇ ଶୋଇବା ଦ୍ୱାରା ଲୋମଛିଦ୍ର ସଠିକ ଭାବେ କାର୍ଯ୍ୟକାରୀ କରିଥାଏ। ଯାହା ଦ୍ୱାରା ତ୍ୱଚା ଉଜ୍ୱଳ ଦେଖାଯିବା ସହ ଚିକ୍କଣ ମଧ୍ୟ ହୋଇଥାଏ।

ଆପଣ ଜାଣିଛନ୍ତି ରାତ୍ରରେ ବିନା ପୋଷାକରେ ଶୋଇବା ଦ୍ୱାରା ମେଦ ହ୍ରାସ ହୋଇଥାଏ। ଆଜ୍ଞାହଁ , ଏହା ଦ୍ୱାରା ମେଟାବୋଲିଜିନ କ୍ୟାଲୋରୀ କମ କରିଥାଏ ଯାହା ଫଳରେ ମେଦ ବୃଦ୍ଦି ହୋଇନଥାଏ । ତେବେ ଦମ୍ପତୀ ଶୋଇବା ସମୟରେ ନିବସ୍ତ୍ର ଶୋଇବା ଦ୍ୱାରା ପରସ୍ପର ସହ ସମ୍ବନ୍ଧ ସୁଦୃଢ଼ ହେବା ସହ ଅନ୍ୟଙ୍କ ଅପେକ୍ଷା ଅଧିଖ ସୁଖମୟ ହୋଇଥାଏ ।