before-a-singer-neha-kakkar-is-a-actor
Bollywood

ସଂଙ୍ଗୀତ ପୂର୍ବରୁ ଅଭିନୟ ଦୁନିଆରେ ପାଦ ରଖିସାରିଛନ୍ତି ନେହା କକର

ବର୍ତ୍ତମାନର ସୁପର ହିଟ ଗାୟିକାଙ୍କ ମଧ୍ୟରେ ଗଣା ନେହା କକର। ତେବେ ତାଙ୍କ ଗୀତ କାହାକୁ ବା ନାପସନ୍ଦ। କିନ୍ତୁ ଆପଣ ଜାଣିଛନ୍ତି କି ସଂଙ୍ଗୀତ ଦୁନିଆରେ ଆସିବା ପୂର୍ବରୁ ନେହା ବଲିଉଡ଼ରେ ଜଣେ ସହ-କଳାକାର ଭାବେ ନଜର ଆସିଥିଲେ। ଆଜ୍ଞା ଆପଣ ଠିକ୍‌ ଶୁଣିଛନ୍ତି , ୨୦୧୦ ମସିହାରେ ରାଜଶ୍ରୀ ପ୍ରଡ଼କ୍ଟସନ୍‌ରେ ରିଲିଜ୍‌ ହୋଇଥିବା ଚଳଚ୍ଚିତ୍ର “ଇସି ଲାଇଫ୍‌ ମୈ ” ରେ ତାଙ୍କୁ ସହ କଳାକାର ଭାବେ ଦେଖିବାକୁ ମିଳିଥିଲା। ଏଥିରେ ତାଙ୍କ ଚରିତ୍ର ଏତେ ବଡ଼ ନଥିଲେ ମଧ୍ୟ ତାଙ୍କର ଦମଦାର ଅଭିନୟ ଦର୍ଶକଙ୍କୁ ବହୁତ ଭଲ ଲାଗିଥିଲା। ନେହାଙ୍କୁ ଅଭିନୟ କରିବା ପାଇଁ ଅନେକ ସୁଯୋଗ ମିଳିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ସେ ସଙ୍ଗୀତକୁ ନିଜର କ୍ୟାରିୟର କରିଥିଲେ। ଯାହା ପ୍ରକୃତରେ ତାଙ୍କ ପାଇଁ ଆଣିଦେଇଥିଲା ଆକାଶ ଛୁଆଁ ସଫଳତା। ଏହାପରେ ୨୦୧୬ ମସିହାରେ ତାଙ୍କୁ କିଛି କ୍ଷଣ ପାଇଁ “ତୁମ୍‌ ବିନ୍‌ ୨” ଚଳଚ୍ଚିତ୍ରରେ ଦେଖିବାକୁ ମିଳିଥିଲା।

ପଢନ୍ତୁ  କେବେ ଖୋଲିବ ଦିବ୍ୟା ଭାରତୀଙ୍କ ମୃତ୍ୟୁର ରହସ୍ୟ

ତେବେ “ଇସି ଲାଇଫ୍‌ ମୈ” ଚଳଚ୍ଚିତ୍ରଟି ୨୦୧୦ ମସିହାରେ ରାଜଶ୍ରୀ ପ୍ରଡ଼କ୍ଟସନ୍‌ରେ ରିଲିଜ୍‌ ହୋଇଥିଲା। ଏଥିରେ ମୁଖ୍ୟ ଚରିତ୍ରରେ ଦୁଇ ନବାଗତ କଳାକାର ଅକ୍ଷୟ ଓବରଏ ଏବଂ ସଂନ୍ଦିପା ଧାର ନଜର ଆସିଥିଲେ। ନେହା ଏଥିରେ ଜଣେ ଟମ୍‌ ବଏ ଚରିତ୍ର ବିଶିଷ୍ଟ କଲେଜ୍‌ ଛାତ୍ରୀର ଅଭିନୟ କରିଥିଲେ।