arsi khan
Bollywood

‘ଗୁଗୁଲ’ ର ଦ୍ୱିତୀୟ ଚର୍ଚ୍ଚିତା ଅରସି ଖାନ

କଲର୍ସ ଚ୍ୟାନେଲର ବହୁ ପରିଚିତ ଓ ବିବାଦୀୟ ରିୟାଲିଟି ସୋ ‘ବିଗବସ’ ସଂସ୍କରଣ ୧୧ର ପ୍ରତିଯୋଗୀ ଅରସି ଖାନ ବେଶ ଲୋକପ୍ରିୟ ହୋଇଛନ୍ତି । ଭାରତର ଲୋକମାନେ ଆରସି ଖାନଙ୍କୁ ‘ଗୁଗୁଲ’ ରେ ଅଧିକ ଖୋଜିଛନ୍ତି । ଭାରତର ଲୋକମାନେ ଆରସି ଖାନଙ୍କୁ ଖୋଜିବାପରେ ମନୋରଞ୍ଜନ ଦୁନିଆରେ ଚହଳ ସୃଷ୍ଟି ହୋଇଛି । ଏହି ତାଲିକାରେ ପର୍ନଷ୍ଟାର ସନି ଲିଓନି ପ୍ରଥମ ସ୍ଥାନରେ ରହିଛନ୍ତି । ଅଭିନେତ୍ରୀ ଆରସି ଖାନ ବହୁ ନାମିଦାମୀ କଳାକାରଙ୍କୁ ପଛରେ ପକାଇ ଏହି ସ୍ଥାନ ଅଧିକାର କରିଛନ୍ତି । ‘ବିଗବସ’ ଘରୁ ବାହାରିବା ପରେ ଆରସି ଖାନ ଏହା ଜାଣି ଅଧିକ ଖୁସି ଅନୁଭବ କରିଛନ୍ତି । ସେ କହିଛନ୍ତି, ମୋର ‘ବିଗବସ’ କରିବାର ମୂଳଲକ୍ଷ୍ୟ ପୁରଣ ହୋଇଛି । ଭାରତୀୟ ଲୋକମାନଙ୍କର ଏତେ ଲୋକପ୍ରିୟ ଆରସି ଖାନ ‘ବିଗବସ’ ଫାଇନାଲ ପୂର୍ବରୁ ବାହାରିଲେ କାହିଁକି ? ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସମସ୍ତଙ୍କ ମନରେ ପ୍ରଶ୍ନବାଚି ସୃଷ୍ଟି କରିଛି ।

ପଢନ୍ତୁ  ଏକାଠି ଫିଲ୍ମ କରିବେ ଭାଇଜାନ ଓ କିଂଗଖାନ ! ଦର୍ଶକ ଦେଖିବାକୁ ପାଇବେ ଦୁଇ ବିଗଷ୍ଟାରଙ୍କ ଅଭିନୟ !

ଅଭିନେତ୍ରୀ ଆରସି ଖାନ ଆଫଗାନିସ୍ତାନରେ ଜନ୍ମଗ୍ରହଣ କରିଥିବାବେଳେ, ଭାରତର ଭୋପାଳ ରେ ବସବାସ କରୁଥିଲେ । ନିଜର ମନୋରଞ୍ଜନ ଭିଡ଼ିଓ କରି ସାମାଜିକ ଗଣମାଧ୍ୟମରେ ବେଶ ଚର୍ଚ୍ଚାରେ ରହିଛନ୍ତି ଅଭିନେତ୍ରୀ ଆରସି ଖାନ । ପାକିସ୍ତାନ କ୍ରିକେଟର ତଥା କ୍ୟାପଟେନ ସାହିଦ ଆଫ୍ରିଦଙ୍କ ସହ ସମ୍ପର୍କକୁ ନେଇ ଆରସି ଖାନ ଚର୍ଚ୍ଚାରେ ରହିଥିଲେ । ୨୦୧୪ ମସିହା ‘ବିକିନି ଅନଲାଇନ’ ପ୍ରତିଯୋଗିତାରେ ଫାଇନାଲରେ ଉର୍ତ୍ତିନ ହୋଇଥିଲେ ଅରସି ଖାନ । ନିଜ ଦେହରେ ପାକିସ୍ତାନ ଜାତୀୟ ପତାକା ରଙ୍ଗ କରି ଫାଟୋ ଉତ୍ତୋଳନ କରିଥିଲେ ଅଭିନେତ୍ରୀ ଅରସି ଖାନ । ବିଗବସ କରିବା ପରେ ଅରସି ଖାନ କେତେ ସଫଳ ହଉଛନ୍ତି ତାହା ଆଗାମୀ ଭବିଷ୍ୟତ କହିବ ।