Bollywood

ସଲମାନଙ୍କ ସହ କିସିଂ ସିନ୍‌ କରିବାକୁ ଚାହୁଛନ୍ତି ଏହି ଅଭିନେତ୍ରୀ

କଲର୍ସ ଟିଭିରେ ପ୍ରସାରିତ ରିୟଲିଟି ଶୋ’ ବିଗ୍‌ବସ୍‌ ୧୧ରେ ଚର୍ଚ୍ଚାରେ ଥିବା ଅର୍ଶୀ ଖାନ୍‌ ପୁଣି ଥରେ ଏବେ ଚର୍ଚ୍ଚାରେ। ଏନ୍‌ବିଟି ଡଟ୍‌ କମ୍‌କୁ ସାକ୍ଷାତକାର ଦେଇ ସଲମାନଙ୍କ ସମ୍ପର୍କରେ ଦେଇଥିବା ବୟାନକୁ ନେଇ  ଏଥରର ଚର୍ଚ୍ଚା ଜୋର୍‌ ଧରିଛି।

ଅର୍ଶୀ ଖାନ୍‌ ସାକ୍ଷାତକାର ଦେଇ କହିଛନ୍ତି ଯେ ସେ ସଲମାନ ଖାନ୍‌ଙ୍କ ସହ ରୋମାଣ୍ଟିକ୍‌ କିସ୍‌ ସିନ୍‌ କରିବାକୁ ଚାହୁଛନ୍ତି। ଅର୍ଶୀ ଖୁବ୍‌ ଶୀଘ୍ର ପ୍ରଭାସଙ୍କ ସହ ଏକ ତେଲୁଗୁ ସିନେମାରେ ଅଭିନୟ କରିବେ ବୋଲି ଜଣାପଡ଼ିଛି। ଅର୍ଶୀ କହିଛନ୍ତି ଯେ ସଲମାନ ଖାନ୍‌ ଫିଲ୍ମରେ ଆଜି ପର୍ଯ୍ୟନ୍ତ କୌଣସି ନାୟିକାଙ୍କୁ କିସ୍‌ କରି ନାହାନ୍ତି। ସେ ସଲମାନଙ୍କ ସହ ରୋମାଣ୍ଟିକ୍‌ ଏବଂ କିସ୍‌ ସିନ୍‌ କରିବାକୁ ଚାହୁଛନ୍ତି ବୋଲି ଅର୍ଶୀ କହିଛନ୍ତି।