anubha sourya
Ollywood

ଫେସବୁକରେ ଅଭିନେତ୍ରୀ ଅନୁଭାଙ୍କ ନକଲି ଆକାଉଣ୍ଟ

ଆଜିର ଦିନରେ ସାମାଜିକ ଗଣମାଧ୍ୟମକୁ ସମସ୍ତ ବ୍ୟକ୍ତି ବ୍ୟବହାର କରିବାରେ ସକ୍ଷମ । କିଛିଜଣ ଏହାର ସକରାତ୍ମକ ବ୍ୟବହାର କଲାବେଳେ ଅନ୍ୟ କିଛିଜଣ ଏହାର ନକାରାତ୍ମକ ବ୍ୟବହାର କରୁଥିବାର ନିକଟ ଭବିଷ୍ୟତରେ ଦେଖାଯାଇଛି । ନିଜକୁ ଅପଡେଟ ରଖିବା, ନିଜର ଇଚ୍ଛା ମୁତାବକ ପ୍ରଚାର ପ୍ରସାର କରିବା ଏବଂ ନିଜକୁ ଲୋକପ୍ରିୟ କରିବାପାଇଁ ସମସ୍ତବ୍ୟକ୍ତି ସାମାଜିକ ଗଣମାଧ୍ୟମର ବ୍ୟବହାର କରୁଛନ୍ତି । ତେବେ, ଭାରତରେ ବଲିଉଡ କିମ୍ବା ଓଲିଉଡ଼ ଜଗତର ମହାନ ହସ୍ତୀ ମାନଙ୍କୁ ଜାଣିବାପାଇଁ ସମସ୍ତବ୍ୟକ୍ତି  କଳାକାର ମାନଙ୍କୁ ଫଲୋ କରନ୍ତି । କିନ୍ତୁ, କିଛି ପ୍ରସଂଶକ ଏହାର ଅପବ୍ୟବହାର କରିବାରେ ପଛଘୁଞ୍ଚା ଦିଅନ୍ତି ନାହିଁ । ଏହି ପ୍ରସଂଶକମାନେ ନିଜର ପ୍ରିୟ ଅଭିନେତା, ଅଭିନେତ୍ରୀ ମାନଙ୍କର ନକଲି ପରିଚୟ ଦ୍ୱାରା ସାମାଜିକ  ଗଣମାଧ୍ୟମରେ ଅନ୍ୟ ପପ୍ରସଂଶକ ମାନଙ୍କୁ ଦ୍ଵନ୍ଦରେ ପକାଇଥାନ୍ତି ।

ପଢନ୍ତୁ  ଫେସ୍‌ବୁକ୍‌ରେ କମେଣ୍ଟ୍‌ ଦେଲେ ହୋଇପାରେ ଜେଲ୍‌

ନିକଟରେ ଓଲିଉଡ଼ ଅଭିନେତ୍ରୀ ଅନୁଭା ପଣ୍ଡାଙ୍କ କ୍ଷେତ୍ରରେ ଏହା ଲୋକଲୋଚନକୁ ଆସିଛି । କେହିଜଣେ ପ୍ରସଂଶକ ଅନୁଭାଙ୍କ ନାମରେ ନକଲି ଫେସବୁକ ଆକାଉଣ୍ଟ ଖୋଲି ଅନ୍ୟ ପ୍ରସଂଶକମାନଙ୍କୁ ଅର୍ଥ ମାଗୁଥିବାର ଅଭିନେତ୍ରୀ ଅନୁଭା ଅଭିଯୋଗ କରିଛନ୍ତି । ଅନୁଭାଙ୍କ କହିବାନୁଯାଇ, କେହିଜଣେ ବ୍ୟକ୍ତି ତାଙ୍କ ନାମରେ ଅନ୍ୟ ବ୍ୟକ୍ତିଙ୍କୁ କହିଛନ୍ତି ଯେ, ମୁଁ ବେଙ୍ଗଲୁରୁରେ ବୁଲିବା ସମୟରେ ମୋର ଅର୍ଥରାଶି ସରିଯାଇଛି ଏବଂ ମତେ ଅର୍ଥର ଆବଶ୍ୟକତା ରହିଛି । ଏହି ବାର୍ତ୍ତା ଅନୁଭାଙ୍କ ପ୍ରସଂଶକ ମେଲ କରି ଜଣାଇଥିଲେ । ଅଭିନେତ୍ରୀ ଅନୁଭା ଏହା ଜାଣିବାପରେ ସାଇବର ସେଲରେ ଏକ ଏଫ.ଆଇ.ଆର ଦେଇଛନ୍ତି । ଏହା ପୂର୍ବରୁ ଓଲିଉଡର ଚକଲେଟ ବୟ ବାବୁଶାନଙ୍କ କ୍ଷେତ୍ରରେ ଏହା ଘଟିଥିଲା ।