Bollywood

୧୦୦ କୋଟି ଟଙ୍କାର ମାନହାନି ନୋଟିସ ପାକିସ୍ତାନୀ ଗାୟିକାଙ୍କ ଉପରେ ଲଗାଇଲେ ଅଲ୍ଲି ଜାଫର

ବଲିଉଡ଼ ଅଭିନେତା ତଥା ଗାୟକ ଅଲ୍ଲି ଜାଫରଙ୍କ ଉପରେ କିିଛି ଦିନ ପୂର୍ବେ ପାକିସ୍ତାନୀ ଗାୟିକା ମିଶା ସାଫି ଯୌନ ନିର୍ଯାତନାର ଅଭିଯୋଗ ଆଣିଥିଲେ। ଏହାର ଅନେକ ଅନୁସନ୍ଧାନ ପରେ ବର୍ତ୍ତମାନ ଅଲ୍ଳି ମିଶାଙ୍କ ବିରୁଦ୍ଧରେ ୧୦୦ କୋଟି ଟଙ୍କାର ମାନହାନି ନୋଟିସ ଜାରି କରିଛନ୍ତି।

ଅଲ୍ଳି ତାଙ୍କ ନୋଟିସରେ ଲେଖିଛନ୍ତି ,”ମିଶା ମୋ ଉପରେ ମିଛ ଆରୋପ ଲଗାଇବା ସହ ମତେ ବଦନାମ କରିବା ପାଇଁ ଚେଷ୍ଟା କରିଥିଲେ । ଏହା ଦ୍ୱାରା ମୋର ପ୍ରତିଷ୍ଠା, ଛବି ଏବଂ ଜୀବିକାରେ ବହୁ କ୍ଷତି ପହଞ୍ଚିଛି। ସେ ଯେଉଁ ଆରୋପ ମୋ ଉପରେ ଲଗାଇଛନ୍ତି ତାହା ସଂପୂର୍ଣ୍ଣ ମିଥ୍ୟ। ଏହି ଆରୋପ ଦ୍ୱାରା ମୋ ଛବି ଉପରେ ଖରାପ ପ୍ରଭାବ ପଡ଼ିଛି। “ଏଣୁ ଶେଷକୁ ଅଲ୍ଲି ଅଦାଲତର ସହାଯ୍ୟ ନେଇ ମିଶାଙ୍କ ଉପରେ ମାନହାନୀ ମାମଲା ରୁଜୁ କରି ତାଙ୍କ ବିରୁଦ୍ଧରେ ନୋଟିସ ଜାରି କରିଛନ୍ତି ।