News

ଅଧାରକାର୍ଡ଼ର ନୂଆ Version : ମିଳିବ Virtual ID ର ସୁବିଧା, ଜାଣନ୍ତୁ Virtual ID କ’ଣ

ବର୍ତ୍ତମାନ ଆଧାରକାର୍ଡ଼ରେ ଆରମ୍ଭ ହେବାକୁ ଯାଉଛି ଏକ ନୂଆ ବ୍ୟବସ୍ଥା । ଆଧାର ଡ଼ାଟା ଚୋରୀ ଖବର ମଧ୍ୟରେ ଭାରତୀୟ ବିଶିଷ୍ଟ ପରିଚୟ ପତ୍ର ପ୍ରାଧିକରଣ (ୟୁଆଇଡ଼ିଏଆଇ ) କିଛି ପରିବର୍ତ୍ତନ କରିବାକୁ ନିର୍ଣ୍ଣୟ ନେଇଛି। ଏଥିରେ ନୂତନ ବ୍ୟବସ୍ଥା virtual id କରିବା ପାଇଁ ନିର୍ଣ୍ଣୟ ନିଆଯାଇଛି। ସମସ୍ତ ଜିନିଷରେ ଆଧାରର ବ୍ୟବହାର ଅନିବାର୍ଜ୍ୟ ହେଉଥିବା ବେଳେ ବର୍ତ୍ତମାନ ଏଥି ସହ ଯୋଡ଼ି ହୋଇରହିଥିବା ଗ୍ରାହାକଙ୍କର ସମସ୍ତ ସୂଚନା ସଂପୂର୍ଣ୍ଣ ଗୁପ୍ତ ରହିବ । କିଏ ଚାହିଁଲେ ମଧ୍ୟ ଆପଣଙ୍କ ବ୍ୟକ୍ତିଗତ ସୂଚନାର କୌଣସି ଦୁରୁପଯୋଗ କରିପାରିବ ନାହିଁ । ଆଧାର କାର୍ଡ଼ ଉପରେ ଥିବା ୧୨ ଅଙ୍କ ନମ୍ବର ବଦଳରେ ବର୍ତ୍ତମାନ ଆଧାରକୁ ସୁରକ୍ଷା କରିବ୧୬ ଅଙ୍କ ବିଶିଷ୍ଟ virtual id ।

ପଢନ୍ତୁ  ମୋବାଇଲ ଫୋନ ଚାର୍ଜ କଲାବେଳେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ପଢନ୍ତୁ : “ଠକାମିରେ ପଡ଼ିପାରିବେନି ଆପଣ” ଜାରିହେଲା ଆଧାର ସେବାର ନୂଆ Helpline Number

virtual idର ଅର୍ଥ କଣ ? କିପରି ଏହା ଆଧାରକୁ ସୁରକ୍ଷିତ କରିବ ? virtual id ହେଉଛି ୧୬ ଅଙ୍କ ବିଶିଷ୍ଟ temporary ଆଧାର ନମ୍ବର । ଏହା ଦ୍ୱାରା ଆପଣଙ୍କ ତଥ୍ୟ ସମସ୍ତଙ୍କ ଠାରୁ ଗୁପ୍ତ ରହିବ । ଆପଣଙ୍କ ବିନା ଅନୁମତିରେ କିଏ ମଧ୍ୟ ଆପଣଙ୍କ ତଥ୍ୟ ଜାଣି ପାରିବେ ନାହିଁ। ଯଦି ଅପଣଙ୍କୁ କୌଣସି ସ୍ଥାନରେ ଆଧାରର ସବିଶେଷ ତଥ୍ୟ ଦେବାକୁ ପଡ଼େ ତେବେ ସେଠାରେ ଏକ virtual id ପ୍ରସ୍ତୁତ କରିବାକୁ ପଡ଼େ । ଏହା ଦ୍ୱାରା ଆପଣଙ୍କୁ ଆଧାରର ୧୨ଅଙ୍କ ନମ୍ବର ବଦଳରେ ୧୬ ଅଙ୍କ ବିଶିଷ୍ଟ virtual id ଦେବାକୁ ପଡ଼ିବ । ଏହି ସୁବିଧା ଜୁନ ୧ ତାରିଖରୁ ସମସ୍ତ ସ୍ଥାନରେ ବାଧ୍ୟତାମୂଳକ ହେବାକୁ ଯାଉଛି। virtual id ପ୍ରସ୍ତୁତ କରିବାର ଉପାୟ:

ପଢନ୍ତୁ  ପ୍ରଥମ ପ୍ରେମକୁ ନେଇ ମୁହଁ ଖୋଲିଲେ ଧୋନୀ,ସର୍ବ ସମ୍ମୁଖରେ କହିଲେ ପ୍ରେମିକାର ନାଁ

ପଢନ୍ତୁ : ଘରେ ବସି ଜାଣନ୍ତୁ, ଆପଙ୍କ ସିମ କାର୍ଡ଼ ଆଧାର ଲିଙ୍କ୍ ହୋଇଛି କି ନାହିଁ

virtual idକୁ ତିଆରି କରିବା ପାଇଁ ୟୁଆଇଡିଏଆଇର homepageକୁ ଯାଆନ୍ତୁ। ଏବେ ଆପଣଙ୍କର ଆଧାର ନମ୍ବର ଦିଅନ୍ତୁ। ଏହା ପରେ ସିକ୍ୟୁରିଟି କୋଡ ଦିଅନ୍ତୁ ଏବଂ ସେଣ୍ଡ ଓଟିପି ଉପରେ କ୍ଲିକ୍ କରନ୍ତୁ। ଓଟିପି ଦେବା ପରେ ଆପଣଙ୍କୁ ନୂତନ virtual id ପ୍ରସ୍ତୁତ କରିବାର ବିକଳ୍ପ ମିଳିବ। ଏବେ ଏହା ପ୍ରସ୍ତୁତ ହୋଇଯିବ ଏବଂ ଆପଣଙ୍କର ମୋବାଇଲକୁ ଆପଣଙ୍କର ୧୬ ଅଙ୍କ ବିଶିଷ୍ଟ virtual id ପଠାଇ ଦିଆଯିବ।