News

“ଠକାମିରେ ପଡ଼ିପାରିବେନି ଆପଣ” ଜାରିହେଲା ଆଧାର ସେବାର ନୂଆ Helpline Number

ୟୁନିକ ଆଇଡେଣ୍ଟିଫିକେସନ୍ ଅଥୋରିଟି ଅଫ୍ ଇଣ୍ଡିଆ (UIDAI) ଆଧାର ସହ ଜଡ଼ିତ ସମସ୍ତ ସେବା ପାଇଁ ଚାର୍ଜ ଲିଷ୍ଟ୍ ବା ମୂଲ୍ୟ ତାଲିକା ଜାରି କରିଛନ୍ତି। ଆଧାର କାର୍ଡ଼ ଅପଡେଟ୍‌ଠୁ ଆରମ୍ଭ କରି ପ୍ରିଣ୍ଟଆଉଟ୍ ନେବା ପର୍ଯ୍ୟନ୍ତ ସମସ୍ତ ସେବାର ଏକ ନିର୍ଦ୍ଦିଷ୍ଟ ମୂଲ୍ୟ ରଖାଯାଇଛି। ଯଦି କୌଣସି ଷ୍ଟୋର ଏହି ମୂଲ୍ୟଠୁ ଅଧିକ ନେଉଛନ୍ତି ତେବେ ଆପଣ ଏହା ବିରୋଧରେ ଅଭିଯୋଗ କରିପାରିବେ।

ଆଧାର ସେବା ପାଇଁ କୌଣସି ସେବାକେନ୍ଦ୍ର ଆପଣଙ୍କଠୁ UIDAI କରିଥିବା ମୂଲ୍ୟରୁ ଅଧିକ ଟଙ୍କା ମାଗିଲେ ଆପଣ ୧୯୭୪ ନମ୍ବରରେ କଲ୍ କରି ଏହାର ଅଭିଯୋଗ କରିପାରିବେ। ଏହା ଏକ ଟୋଲ୍ ଫ୍ରି ନମ୍ବର। ଏହା ପରେ ଆପଣ UIDAI ରେ help@uidai.gov.inରେ ଇମେଲ କରିପାରିବେ। ଆସନ୍ତୁ ଜାଣିବା ଆଧାର ସହ ଜଡ଼ିତ କେଉଁ ସେବା ପାଇଁ କେତେ ମୂଲ୍ୟ ସ୍ଥିର କରାଯାଇଛି।
୧. ନୂଆ ଏଲରୋଲମେଣ୍ଟ– ମାଗଣା
୨. ବାୟୋମେଟ୍ରିକ୍ ଅପଡେଟ୍– ୨୫ ଟଙ୍କା
୩. ପିଲାଙ୍କର ବାୟୋମେଟ୍ରିକ୍ ଅପଡେଟ୍- ମାଗଣା
୪. ଇମୋଗ୍ରାଫିକ୍ ଅପଡେଟ୍(ନାମ, ଠିକଣା, ଜନ୍ମ ତାରିଖ, ଲିଙ୍ଗ, ମୋବାଇଲ ନମ୍ବର, ଇମେଲ୍ଆଇଡି ଇତ୍ୟାଦି)– ୨୫ ଟଙ୍କା
୫. ଆଧାର କାର୍ଡ ବାହାର କରିବା– ୨୫ ଟଙ୍କା
୬. ବ୍ଲାକ୍ ଆଣ୍ଡ ହ୍ୱାଇଟ୍ ପ୍ରିଣ୍ଟ ନେବା- ୧୦ ଟଙ୍କା
୭. କଲର୍ ପ୍ରିଣ୍ଟ ନେବା- ୨୦ ଟଙ୍କା