Special Report

ଭିନ୍ନ ଗ୍ରାମ : ପଶୁ-ପକ୍ଷିଙ୍କ ଠାରୁ ମନୁଷ୍ୟ ପର୍ଯ୍ୟନ୍ତ ସମସ୍ତେ ଅନ୍ଧ

ଦୁନିଆରେ ବିଭିନ୍ନ ପ୍ରକାରର ଗ୍ରାମ ଅଛି ଏବଂ ଏଥିରେ ବିଭିନ୍ନ ପ୍ରକାରର ଲୋକ ମଧ୍ୟ ରହିଥାନ୍ତି । ‘ତିଲ୍ଟତେକ’ ନାମକ ଏକ ଗ୍ରାମରେ ଜୋପଟେକ ନାମକ ଜନଜାତିର ପ୍ରାୟ ୩୦୦ ରେଡ଼ ଇଣ୍ଡିଆନ ନିବାସ କରିଥାନ୍ତି ।ଏହି ଗ୍ରାମରେ ପଶୁ ପକ୍ଷୀଙ୍କ ଠାରୁ ମନୁଷ୍ୟ ପର୍ଯ୍ୟନ୍ତ ସମସ୍ତେ ଅନ୍ଧ ।

ପ୍ରକୃତରେ ସେମାନେ ଜନ୍ମରୁ ଅନ୍ଧ ନଥାନ୍ତି ବରଂ ଜନ୍ମର କିଛି ସମୟ ପରେ ସେମାନଙ୍କୁ ଧିରେ ଧିରେ ଦେଖାଦେବା ବନ୍ଧ ହୋଇଯାଇଥାଏ। ଏହି ଗ୍ରାମର ୭୦ଟି କୁଡ଼ିଆ ରହିଛି ଯେଉଁ ଗୁଡ଼ିକର କବଟ ଏବଂ ଝରକା ରହିନାହିଁ । ଗ୍ରାମବାସୀ ଙ୍କର ଦୃଷ୍ଟି ଶକ୍ତି କମ ରହିଥିବାରୁ ତାଙ୍କୁ ଆଲୋକର ଆବଶ୍ୟକତା ହୋଇ ନଥାଏ। ଗ୍ରାମବାସୀଙ୍କ ଅନୁଯାୟୀ ଦୃଷ୍ଟି ଶକ୍ତି କମ ପରମ୍ପରୀକ ଭାବେ ହୋଇଥାଏ।

ପଢନ୍ତୁ  ଆଜିର ଯୁବକ କାଲିର ଭବିଷ୍ୟତ ପ୍ରମାଣିତ କରିଛନ୍ତି ଏହି ଯୁବପିଢ଼ି

ସେହି ସ୍ଥାନରେ ଥିବା ଏକ ବୃକ୍ଷକୁ ଦେଖିବା ମାତ୍ରେ ସେମାନଙ୍କର ଦୃଷ୍ଟି ଶକ୍ତି କମ ହୋଇଯାଇଥାଏ । କିନ୍ତୁ ସେଠାକୁ ବୁଲିବା ପାଇଁ ଆସିଥିବା ପର୍ଯ୍ୟଟକଙ୍କ କ୍ଷେତ୍ରରେ ଏହା ହୋଇନଥାଏ। କିଛି ସମୟ ପୂର୍ବରୁ ବୈଜ୍ଞାନିକମାନେ ଏହାର କାରଣ ଖୋଜିବାକୁ ଚେଷ୍ଟା କରାଯାଇଥିଲା । ବୈଜ୍ଞାନିକଙ୍କ ଅନୁଯାୟୀ ଏହି ରୋଗ ଏକ କଳା ମାଛି କାମୁଡ଼ିବା ଦ୍ୱାରା ହୋଇଥାଏ । ଏହି ମାଛି କାମୁଡ଼ିବା ଦ୍ୱାରା ଆଖିର ସ୍ନାୟୁ କାମ କରିବା ବନ୍ଦ ହୋଇଥାଏ , ଯାହା ଫଳରେ ବ୍ୟକ୍ତି ଅନ୍ଧ ହୋଇଯାଇଥାନ୍ତି ।