Special Report

ବିବାହ ପାଇଁ ପୁରୁଷ ନମିଳିବାରୁ ଗ୍ରାମରେ ୫୦ % ମହିଳା ଅବିବାହିତା

ଭାରତରେ ଅନେକ ସମୟରେ ଦେଖାଦେଇଥାଏ କନ୍ୟଭୃଣ ହତ୍ୟା ମାମଲା । ତେବେ ଭାରତରେ କନ୍ୟାଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା ଚାଲୁଥିବା ବେଳେ ଏପରି ଏକ ସ୍ଥାନ ଅଛି ଯେଉଁଠାରେ ପୁରୁଷଙ୍କର ଅଭାବ ଦେଖାଯାଇଥାଏ । ଏହିପରି ଏକ ଗ୍ରାମ ରହିଛି ବ୍ରାଜିଲ ଠାରେ । ଏହି ଗ୍ରାମରେ ପ୍ରାୟ ୫୦ ପ୍ରତିଶତ ମହିଳା ଆଜୀବନ କୁଆଁରୀ ରହିଥାନ୍ତି ଯେଉଁମାନଙ୍କର ବୟସ ୧୮-୩୦ ବର୍ଷ ହୋଇଥାଏ ।

ଏହା ମାନେ ନୁହଁ କି ମହିଳା ମାନେ ବିବାହ କରିବା ପାଇଁ ଚାହନ୍ତିନାହିଁ ପ୍ରକୃତରେ ଏଠାରେ ମହିଳାମାନଙ୍କୁ ବିବାହ ପାଇଁ ପୁରୁଷ ମିଳିନଥାନ୍ତି । କାରଣ ଏହି ଗ୍ରାମରେ ମହିଳାମାନଙ୍କ ଅପେକ୍ଷା ପୁରୁଷ ମାନଙ୍କ ସଂଖ୍ୟା କମ ରହିଛି । ଏହି ଗ୍ରାମରେ ଲୋକସଂଖ୍ୟା ୬୦୦ ରହିଥିବା ବେଳେ ୩୦୦ ଜଣ ମହିଳାଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ବିବାହ ପାଇଁ ବରପାତ୍ର ମିଳୁନାହିଁ । ଦେଖିବାକୁ ଗଲେ ପ୍ରାୟ ୫୦ ପ୍ରତିଶତ ମହିଳା କୁଆଁରୀ ରହିଛନ୍ତି ତେବେ ଏହାର ମଧ୍ୟ କାରଣ ରହିଛି। ପ୍ରକୃତରେ କଥା କଣ କି ଏଠାକାର ମହିଳା ମାନେ ତାଙ୍କ ମନପସନ୍ଦ ସହ ତାଙ୍କ କଥା ମାନି ଚଳିବା ଭଳି ପୁରୁଷ ଖୋଜିଥାନ୍ତି । ଏହି ଗ୍ରାମର ୧୮ ବର୍ଷରୁ ଉଦ୍ଦ୍ଵର୍ ପୁରୁଷ ସମସ୍ତେ ସହରରେ ନିଜର ଜୀବନଜାପନ କରୁଛନ୍ତି । ଏଣୁଏହି ଗ୍ରାମର ମହିଳା ଚାଷ କାମ କରି ନିଜର ଏବଂ ପରିବାରର ଭରଣ ପୋଷଣ କରିଥାନ୍ତି ।