Sunil Setthy Daughter - Odia Zamana
Bollywood

ରିମେକ ଫିଲ୍ମ କରୁ କରୁ ସୁପରଷ୍ଟାର ପାଲଟିଲେ ଏହି କଳାକାର !

ଫିଲ୍ମ ରିମେକ୍‌ ହେବା ଆପଣ ଅନେକ ଦେଖିଥିବେ । ସେ ହିନ୍ଦୀ ହେଉ କି ସାଉଥ୍‌ ଫିଲ୍ମ ହେଉ, ଫିଲ୍ମ ଦୁନିଆରେ ଏହି ରିମେକ୍‌ର ଟ୍ରେଣ୍ଡ୍‌ ଅନେକ ଦିନରୁ ଚାଲିଆସୁଛି । ଆମେ ଆଜି କହୁଛୁ ବଲିଉଡ୍‌ ଇଣ୍ଡଷ୍ଟ୍ରି କଥା । ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ଅନେକ କଳାକାର, ଏହି ରିମେକ୍‌ ଫିଲ୍ମରୁ ବଲିଉଡ୍‌ରେ ନିଜ ପାଦ ଥାପିଛନ୍ତି । ତେବେ ଚାଲନ୍ତୁ ଜାଣିବା ସେମିତି କିଛି ଅଭିନେତା ଅଭିନେତ୍ରୀମାନଙ୍କ ସଂପର୍କରେ ।

ଅଭିନେତା ତୁଷାର କପୁର, ଜିତେନ୍ଦ୍ରଙ୍କ ପୁଅ ତୁଷାର କପୁର ୨୦୦୧ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ମୁଝେ କୁଛ୍‌ କେହେନା ହୈ’ରୁ ବଲିଉଡ୍‌ରେ ଡେବ୍ୟୁ କରିଥିଲେ । ଏହି ଫିଲ୍ମଟି ୧୯୯୭ରେ ରିଲିଜ୍‌ ହୋଇଥିବା ସୁପରହିଟ୍‌ ତେଲଗୁ ଫିଲ୍ମ ‘ଠୋଲି ପ୍ରେରଣା’ର ରିମେକ୍‌ ।

ପଢନ୍ତୁ  ଲୁଚି ଲୁଚି ବାହା ହୋଇଗଲେ ଟାଇଗର ଓ ଦିଶା!

ଅଭିନେତ୍ରୀ ଆଥିୟା ସେଟ୍ଟୀ, ସୁନୀଲ ସେଟ୍ଟୀଙ୍କ ଝିଅ ଆଥିୟା ସେଟ୍ଟୀ ୨୦୧୫ରେ ସଲମାନଙ୍କ ପ୍ରଯୋଜିତ ଫିଲ୍ମ ‘ହିରୋ’ରୁ ଡେବ୍ୟୁ କରିଥିଲେ । ଏହି ଫିଲ୍ମ ୧୯୮୩ରେ ରିଲିଜ୍‌ ହୋଇଥିବା ଜାକିର୍‌ ଶ୍ରଫ୍‌ଙ୍କ ଫିଲ୍ମର ରିମେକ୍‌ । ଜାକିର୍‌ଙ୍କ ଫିଲ୍ମର ନାଁ ମଧ୍ୟ ‘ହିରୋ’ ଥିଲା ।

ଅଭିନେତା ସୁରଜ ପାଞ୍ଚୋଲୀ, ପ୍ରଯୋଜକ ଆଦିତ୍ୟ ପାଞ୍ଚୋଲୀଙ୍କ ପୁଅ ସୁରଜ ପାଞ୍ଚୋଲୀ ମଧ୍ୟ ରିମେକ୍‌ ଫିଲ୍ମ ‘ହିରୋ’ରୁ ବଲିଉଡ୍‌ରେ ଡେବ୍ୟୁ କରିଥିଲେ।

ଅଭିନେତ୍ରୀ ରିମି ସେନ୍‌, ୨୦୦୩ରେ ରିଲିଜ୍‌ ହୋଇଥିବା କମେଡି ଫିଲ୍ମ ‘ହଙ୍ଗାମା’ରୁ ରିମି ସେନ୍‌ ବଲିଉଡ୍‌ରେ ଡେବ୍ୟୁ କରିଥିଲେ । ଏହି ଫିଲ୍ମ ମାଲାୟାଲମ୍‌ ଫିଲ୍ମ ‘ପୁଚାକୋରୁ ମୁକ୍କୁଥି’ର ରିମେକ୍‌ ।

ଅଭିନେତ୍ରୀ ଆସିନ, ଆସିନ୍‌ ୨୦୦୮ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଗଜନୀ’ରୁ ବଲିଉଡ୍‌ରେ ଡେବ୍ୟୁ କରିଥିଲେ । ଏହି ଫିଲ୍ମ ତାମିଲ୍‌ ଫିଲ୍ମ ‘ଗଜନୀ’ର ରିମେକ୍‌ ।
ଅଭିନେତ୍ରୀ ଭୂମିକା ଚାୱଲା, ସୁପରହିଟ୍‌ ଫିଲ୍ମ ‘ତେରେନାମ୍‌’ରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ ଭୂମିକା ଚାୱଲା । ଏହି ଫିଲ୍ମ ୧୯୯୯ରେ ରିଲିଜ୍‌ ହୋଇଥିବା ତାମିଲ୍‌ ଫିଲ୍ମ ‘ସେତୁ’ର ରିମେକ୍‌ ।

ପଢନ୍ତୁ  ଜାନୁଆରୀ ୨୫ ନୁହେଁ, ୨୪ରେ ରିଲିଜ ହେବ ଫିଲ୍ମ 'ପଦ୍ମାବତ' ! ରିଲିଜ ପୂର୍ବରୁ ୪ଟି ରାଜ୍ୟରେ ବ୍ୟାନ ହେଲା 'ପଦ୍ମାବତ'

ଅଭିନେତ୍ରୀ ଦିୟା ମିର୍ଜା, ୨୦୦୧ ରେ ଦିୟା ମିର୍ଜା ‘ରେହେନା ହୈ ତେରେ ଦିଲ୍‌ ମୈ’ରୁ ବଲିଉଡ୍‌ରେ ଡେବ୍ୟୁ କରିଥିଲେ । ବାସ୍ତବରେ ଏହା ତାମିଲ୍‌ ଫିଲ୍ମ ‘ମିନ୍ନଲ’ର ରିମେକ୍‌ ।

ଅଭିନେତା ଆର୍‌ ମାଧଭନ୍‌, ଆର୍‌ ମାଧଭନ୍‌ବି ଫିଲ୍ମ ‘ରେହେନା ହୈ ତେରେ ଦିଲ୍‌ ମୈ’ରୁ ବଲିଉଡ୍‌ରେ ଡେବ୍ୟୁ କରିଥିଲେ । ଏହା ତାମିଲ୍‌ ଫିଲ୍ମ ‘ମିନ୍ନଲ’ର ରିମେକ୍‌ ।

ଅଭିନେତ୍ରୀ କାଜଲ ଅଗ୍ରୱାଲ, ଦକ୍ଷିଣ ଭାରତ ଫିଲ୍ମରେ ନିଜ ଜଲୱା ଦେଖାଉଥିବା କାଜଲ ଅଗ୍ରୱାଲ ୨୦୧୧ରେ ଫିଲ୍ମ ‘ସିଙ୍ଘମ’ରୁ ବଲିଉଡ୍‌ରେ ଡେବ୍ୟୁ କରିଥିଲେ । ଏହି ଫିଲ୍ମଟି ୨୦୧୦ରେ ନିର୍ମିତି ହୋଇଥିବା ତାମିଲ୍‌ ଫିଲ୍ମ ‘ସିଙ୍ଘମ’ର ରିମେକ୍‌ ।

ଅଭିନେତା ଟାଇଗର ଶ୍ରଫ୍‌, ଟାଇଗର ୨୦୧୪ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ହିରୋପନ୍ଥୀ’ରୁ ବଲିଉଡ୍‌ରେ ଡେବ୍ୟୁ କରିଥିଲେ । ଏହା ୨୦୦୯ରେ ରିଲିଜ୍‌ ହୋଇଥିବା ବଙ୍ଗାଳି ଫିଲ୍ମ ‘ସେଦିନ ଦେଖା ହେଇଚିଲୋ’ର ରିମେକ୍‌ ।

ପଢନ୍ତୁ  ଦୀର୍ଘଦିନ ଧରି ଲିଭ୍‌-ଇନ୍‌ରେ ରହିଲା ପରେ ବି, ସମ୍ପର୍କ କରିପାରିନାହାନ୍ତି ଏହି ଅଭିନେତା-ଅଭିନେତ୍ରୀ.

ଅଭିନେତ୍ରୀ କ୍ରିତି ସେନନ୍‌, କ୍ରିତି ସେନନ୍‌ ମଧ୍ୟ ‘ହିରୋପନ୍ଥୀ’ରୁ ବଲିଉଡ୍‌ରେ ଡେବ୍ୟୁ କରିଥିଲେ ।