Padmabat Deepika - Odia Zamana
Bollywood

ଜାନୁଆରୀ ୨୫ ନୁହେଁ, ୨୪ରେ ରିଲିଜ ହେବ ଫିଲ୍ମ ‘ପଦ୍ମାବତ’ ! ରିଲିଜ ପୂର୍ବରୁ ୪ଟି ରାଜ୍ୟରେ ବ୍ୟାନ ହେଲା ‘ପଦ୍ମାବତ’

ଜାନୁଆରୀ ୨୫ ନୁହେଁ, ଜାନୁଆରୀ ୨୪ରେ ରିଲିଜ ହେବ ଫିଲ୍ମ ‘ପଦ୍ମାବତ’ । ଏନେଇ ମିଡିଆରେ ରିପୋର୍ଟ ପ୍ରକାଶ ପାଇଛି । ସଞ୍ଜୟ ଲୀଲା ଭଂସାଲୀଙ୍କ ଫିଲ୍ମ ‘ପଦ୍ମାବତ’କୁ ନେଇ ଗତ କିଛି ଦିନ ହେଲା ବିବାଦ ଲାଗିରହିଛି । ତେବେ ଏସବୁ ଭିତରେ ନିର୍ଦ୍ଧାରିତ ତାରିଖ ପୂର୍ବରୁ ପଦ୍ମାବତ ରିଲିଜ କରିବାକୁ ନିର୍ମାତା ଯୋଜନା କରୁଛନ୍ତି ବୋଲି ରିପୋର୍ଟରେ ପ୍ରକାଶ ପାଇଛି । କିନ୍ତୁ ଏହା ପୂର୍ବରୁ ହରିୟାଣା, ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଗୁଜରାଟରେ ଫିଲ୍ମ ‘ପଦ୍ମାବତ’ ବ୍ୟାନ କରାଯାଇଛି । ଫିଲ୍ମନିର୍ମାତା କମ୍ପାନୀ ଏହି ଚାରି ରାଜ୍ୟମାନଙ୍କ ବିରୋଧରେ ସୁପ୍ରିମକୋର୍ଟରେ ଏକ ଯାଚିକା ଦାଖଲ କରିଛନ୍ତି ।

ରିପୋର୍ଟ ଅନୁଯାୟୀ, ଫିଲ୍ମର ନିର୍ମାତା ଜାନୁଆରୀ ୨୪ ତାରିଖରେ ସିନେମାଘର ମାନଙ୍କରେ ଫିଲ୍ମ ‘ପଦ୍ମାବତ’ ର ଏକ ସ୍ପେଶାଲ ସ୍କ୍ରିନିଙ୍ଗର ବ୍ୟବସ୍ଥା କରିଛନ୍ତି । ଏହି ସ୍ପେଶାଲ ସୋ ପାଇଁ ଫିଲ୍ମ ନିର୍ମାତା ହଲ ମାଲିକମାନଙ୍କୁ ପଇସା ଦେବାର ମଧ୍ୟ ବ୍ୟବସ୍ଥା କରିଛନ୍ତି । ରିଲିଜ ପୂର୍ବରୁ ଫିଲ୍ମ ‘ପଦ୍ମାବତ’ କୁ ନେଇ ଲୋକମାନଙ୍କର ଭ୍ରାନ୍ତଧାରଣାକୁ ଦୂର ଏହି ସୋ ମାଧ୍ୟମରେ ଦୂର କରିବାକୁ ଚାହୁଁଛୁ । ଏହାଦ୍ୱାରା ଦର୍ଶକଙ୍କ ମନରେ ଥିବା ସମସ୍ତ ଭ୍ରମ ଦୂର ହୋଇଯିବ । ଯାହା ଫିଲ୍ମକୁ ବ୍ୟବସାୟିକ ଦୃଷ୍ଟିକୋଣରୁ ଫାଇଦା ଦେବ ବୋଲି ଏହାର ନିର୍ମାତା ଚିନ୍ତା କରୁଛନ୍ତି ।

ପଢନ୍ତୁ  ଚଳଚ୍ଚିତ୍ରର ଅନ୍ତରଙ୍ଗ ଦୃଶ୍ୟ ସୁଟିଂ ବେଳେ ନିଜ ଉପରୁ ଆୟତ୍ତ ହରାଇ ବସିଥିଲେ ଏହି ନାୟକ-ନାୟିକାମାନେ

ପୂର୍ବରୁ ଏହି ଫିଲ୍ମକୁ ରାଜପୁତ ଓ କରନୀ ସେନା ବିରୋଧ କରିବାରୁ ଏହାର ରିଲିଜ ତାରିଖରେ ପରିବର୍ତ୍ତନ କରାଯାଇଥିଲା । ଫିଲ୍ମଟି ଚି଼ତ୍ତୋର ର ରାଣୀ ପଦ୍ମାବତୀଙ୍କ କାହାଣୀକୁ ନେଇ ନିର୍ମାଣ କରାଯାଇଛି । କିନ୍ତୁ ରାଣୀ ପଦ୍ମନୀଙ୍କ ଚରିତ୍ରକୁ ଏଥିରେ ଭୂଲ ଭାବରେ ଦର୍ଶାଇଥିବାରୁ ଏହାକୁ ନେଇ ସେତେବେଳେ ପ୍ରବଳ ବିରୋଧ କରାଯାଇଥିଲା । ପରେ ଏହାକୁ ପୁର୍ନବାର ସେନସର ବୋର୍ଡ ନିକଟକୁ ପଠାଯାଇଥିଲା । ସେଠାରେ ଫିଲ୍ମର ବିବାଦୀୟ ଘୁମୁର ଗୀତରେ ପରିବର୍ତ୍ତନ କରିବାକୁ ରିଭ୍ୟୁ କମିଟି କହିଥିଲା । ଏପରିକି ଫିଲ୍ମର ନାମ ପଦ୍ମାବତୀରୁ ‘ପଦ୍ମାବତ’ କରି ରିଲିଜ କରିବାକୁ ସେନସର ବୋର୍ଡ ଅନୁମତି ଦେଇଥିଲେ । ପ୍ରଥମେ ୧୯୦ କୋଟି ବଜେଟର ଏହି ଫିଲ୍ମ ଡିସେମ୍ବର ୧୨ ତାରିଖରେ ରିଲିଜ ହେବାକୁ ସ୍ଥିର କରାଯାଇଥିଲା । କିନ୍ତ, ରାଜପୁତ ଓ କରନୀ ସେନାର ପ୍ରବଳ ବିରୋଧ ଯୋଗୁଁ ଏହାର ରିଲିଜ ତାରିଖକୁ କିଛି ଦିନ ପାଇଁ ସ୍ଥଗିତ ରଖାଯାଇଥିଲା । ଏପରିକି ଫିଲ୍ମ ରିଲିଜ ହେଲେ ସିନେମାଘର ଜଳିବ ବୋଲି କରନୀ ସେନା ଧମକ ମଧ୍ୟ ଦେଇଛି । ‘ପଦ୍ମାବତ’ ସାଙ୍ଗରେ ଅକ୍ଷୟ କୁମାରଙ୍କ ଫିଲ୍ମ ‘ପ୍ୟାଡମ୍ୟାନ’ ମଧ୍ୟ ଜାନୁଆରୀ ୨୫ରେ ରିଲିଜ ହେବ ।